ଆଜିଠୁ ମାଟ୍ରିକ ଖାତାଦେଖା, ୫୮ଟି ମୂଲ୍ୟାୟନ କେନ୍ଦ୍ର

0
378

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ରାଜ୍ୟର ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଯିବ । ମୂଲ୍ୟାୟନରେ ୧୨ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି । ଆସନ୍ତା ୩୧ ତାରିଖ ଯାଏ ଚାଲିବ ମାଟ୍ରିକ ଖାତାଦେଖା । ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ, ୯୦୦ ଜଣ ଉପ-ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣ ସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି । ମୂଲ୍ୟାୟନ ପରେ ମାର୍କ ଅପଲୋଡ କରାଯିବ । ଏପ୍ରିଲ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ମୋଟ୍ ୩ହଜାର ୨୦୩ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେଇଥିଲେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଛାତ୍ରଛାତ୍ରୀ । କରୋନା ଯୋଗୁ ଦୁଇ ବର୍ଷ ପରେ ଛାତ୍ରଛାତ୍ରୀ ଅଫଲାଇରେ ମାଟ୍ରିକ ପରୀକ୍ଷା ଦେଇଥିଲେ ।

Also Read  ପୁରୀ ହେଉଛି ଧାର୍ମିକ ରାଜଧାନୀ : ପରିକ୍ରମା ପ୍ରକଳ୍ପକୁ ନେଇ ବର୍ଷିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

LEAVE A REPLY

Please enter your comment!
Please enter your name here