ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ

0
290
school-reopened-from today

ଭୁବନେଶ୍ୱର : ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି । କରୋନା ସମୟର ପାଠପଢ଼ା କ୍ଷତିର ଭରଣା ପାଇଁ ଖରା ଛୁଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି, ଏବେ ଗ୍ରୀଷ୍ମ ଛୁଟିର ଆବଶ୍ୟକତା ନାହିଁ କାରଣ ପିଲାଙ୍କ ପାଇଁ ଗ୍ରୀଷ୍ମ ପ୍ରବାହର ରିସ୍କ ନାହିଁ । ହେଲେ ମେ ମାସରେ ଅଧିକ ଖରା ହେବାର ଆଶଙ୍କା ଥିବାରୁ କେତେକ ଅଭିଭାବକ ଏଥିରେ ଅସନ୍ତୋଷ ପ୍ରକାଶ କରି ଜୁନ ବଦଳରେ ମେ ମାସରେ ଖରାଛୁଟି କରାଯାଉ ବୋଲି ମତ ଦେଇଥିଲେ । ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ ମାସରେ ତାପମାତ୍ରା ୩୫ ଡିଗ୍ରୀ ଟପିବନି । ତେଣୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ।

Also Read  ପୁଣି ମହଙ୍ଗା ହେଲା ପେଟ୍ରୋଲ : ରାଜ୍ୟର କେଉଁ ଜିଲ୍ଲାରେ ୧୧୫ ପାର ?

LEAVE A REPLY

Please enter your comment!
Please enter your name here