ଆତଙ୍କବାଦୀ ଆକ୍ରମଣ ଭୟ, ବିସ୍ଥାପିତ ହେଉଛନ୍ତି ଅନେକ ହିନ୍ଦୁ ପରିବାର !

0
155

ଶ୍ରୀନଗର: କଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣା ବୃଦ୍ଧି ପାଉଥିବାରୁ ସରକାରଙ୍କ ଆଗରେ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଜଣେ ସମ୍ପ୍ରଦାୟ ନେତା ବୁଧବାର ଦାବି କରିଛନ୍ତି ଯେ କୁଲଗାଁଓରେ ଜଣେ ହିନ୍ଦୁ ଶିକ୍ଷକଙ୍କ ହତ୍ୟା ପରେ ପ୍ରାୟ 100ରୁ ଅଧିକ ହିନ୍ଦୁ ପରିବାର ନିଜ ଭିଟାମାଟି ଛାଡି ଚାଲିଯାଉଛନ୍ତି। ମଙ୍ଗଳବାର ଦକ୍ଷିଣ କଶ୍ମୀରର ଏକ ସରକାରୀ ସ୍କୁଲ ବାହାରେ ଆତଙ୍କବାଦୀମାନେ ରଜନୀ ବାଲା (36)ଙ୍କୁ ଗୁଳି କରି ହତ୍ୟା କରିଥିଲେ।

ବାରମୂଲାର ଏକ କଶ୍ମୀର ପଣ୍ଡିତ କଲୋନୀର ସଭାପତି ଅବତାର କୃଷ୍ଣ ଭଟ୍ଟ ବୁଧବାର କହିଛନ୍ତି ଯେ, ଏହି ଅଞ୍ଚଳରେ ରହୁଥିବା 300 ପରିବାର ମଧ୍ୟରୁ ପ୍ରାୟ ଅଧା ପରିବାର ମଙ୍ଗଳବାରଠାରୁ ସ୍ଥାନାନ୍ତରିତ ହୋଇଛନ୍ତି। ଗତକାଲି ହତ୍ୟାକାଣ୍ଡ ପରଠାରୁ ସେମାନେ ଭୟଭୀତ ହୋଇପଡ଼ିଥିଲେ ବୋଲି ସେମାନେ ଦାବି କରିଛନ୍ତି। ଆମେ ମଧ୍ୟ ଆସନ୍ତାକାଲି ଯାଉଛୁ, ଆମେ ସରକାରଙ୍କ ଉତ୍ତରକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି। ସେ କହିଛନ୍ତି, “ସରକାର ଆମକୁ କାଶ୍ମୀରରୁ ବାହାରକୁ ଯିବାକୁ କହିଥିଲେ।

ଶ୍ରୀନଗରର ଏକ ଅଞ୍ଚଳକୁ ପୁଲିସ ସିଲ୍ କରିବା ସହ କଶ୍ମୀର ପଣ୍ଡିତ ରହୁଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବଢ଼ାଇ ଦେଇଛି ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ତେବେ ଅନେକ ପରିବାରବର୍ଗ ବିସ୍ଥାପିତ ହେବାକୁ ଆରମ୍ଭ କରିଛନ୍ତି ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ଉପରାଜ୍ୟପାଳ ମନୋଜ ସିହ୍ନା ଗତ ମାସରେ କଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପଟେ ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ-କଶ୍ମୀରର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହେବ। ଉପତ୍ୟକାରେ ଆତଙ୍କବାଦୀଙ୍କ ଟାର୍ଗେଟ୍ କିଲିଂ ବଢୁଥିବା ବେଳେ 15 ଦିନ ମଧ୍ୟରେ ଶାହଙ୍କର ଏହା ଦ୍ୱିତୀୟ ବୈଠକ ହେବ। ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେବେ ବୋଲି ଅଧିକାରୀମାନେ କହିଛନ୍ତି।

Also Read  ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା : କାଲି ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା

LEAVE A REPLY

Please enter your comment!
Please enter your name here