ଆପାର୍ଟମେଣ୍ଟ ରେ ଭୟାଭୟ ଅଗ୍ନିକାଣ୍ଡ

0
24
ଆପାର୍ଟମେଣ୍ଟ ରେ ଭୟାଭୟ ଅଗ୍ନିକାଣ୍ଡ
Fire Tragedy in Bhubaneswar

ପଟିଆରେ ଗୋଟିଏ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ
ଭୁବନେଶ୍ୱର: ଜୁନ ୨୦ ତାରିଖ: ଭୁବନେଶ୍ୱରରେ ଗୋଟିଏ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି I ଖବର ଅନୁଯାୟୀ, ପଟିଆରେ ଥିବା ଏହି ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଗୋଟିଏ ଫ୍ଲାଟ ରେ ନିଆଁ ଲାଗିଯାଇଥିଲା I
ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ। ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଆପାର୍ଟମେଣ୍ଟର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଥିଲେ। ସୌଭାଗ୍ୟବଶତଃ, କେହି ଗୁରୁତର ଆହତ ହେଇନାହାନ୍ତି I ତଥାପି ପ୍ରବଳ ଧୂଆଁ ଯୋଗୁଁ ଅନେକ ବୟସ୍କ ବ୍ୟକ୍ତି ଅସୁସ୍ଥ ଅନୁଭବ କରିଥିଲେ ଏବଂ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି I
ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ କାର୍ଯ୍ୟ ଆରମ୍ଭ କରିବା ସମୟରେ ପୁରା ଆପାର୍ଟମେଣ୍ଟ ଧୂଆଁରେ ଭରିରହିଥିଲା I ପ୍ରାୟ ଗୋଟିଏ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ, ଅଗ୍ନିଶମ ବାହିନୀ ଏହି ଭୟଙ୍କର ଅଗ୍ନିକାଣ୍ଡ କୁ ନିୟନ୍ତ୍ରଣ କରିପାରିଥିଲେ I
ଯଦିଓ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ, ଏ ପର୍ଯ୍ୟନ୍ତ ସଠିକ କାରଣ ଜଣାପଡି ନାହିଁ, ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହେଇଛି ବୋଲି କୁହାଯାଉଛି I

Also Read  ଅହମଦାବାଦ ସିରିଏଲ୍‌ ବିସ୍ଫୋରଣ : ୩୮ ଜଣଙ୍କୁ ମୃତ୍ୟୁ ଦଣ୍ଡ, ୧୧ଙ୍କୁ ଆଜୀବନ