-
ଗେଟରେ ତାଲା ପକାଇ ଧାରଣା ଦେଲା କଂଗ୍ରେସ
-
ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ବାଚସ୍ପତିଙ୍କ ଭେଟିଲା ବିଜେପି
ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି । ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ଲା କାର୍ଡ ଧରି ହୋହାଲ୍ଲା କରିଥିଲେ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତରୁନ୍ତ ବହିଷ୍କାର କରିବାକୁ ଅଡ଼ି ବସିଥିଲେ ବିରୋଧୀ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଧାନସଭାରେ ପୂରାଇ ନଦେବା ଦାବିରେ ବିଧାନସଭା ଗେଟରେ ତାଲା ପକାଇବା ସହ କଂଗ୍ରେସ ସଦସ୍ୟ ଧାରଣାରେ ବସିଥିଲେ । ଅନ୍ୟପଟେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆନଯାଉ ବୋଲି ବାଚସ୍ପତିଙ୍କୁ ଫେରାଦ ହୋଇଥିଲା ବିଜେପି ।
ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳର ନେତାମାନେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ତେବେ ବିରୋଧୀଙ୍କ ହୋହାଲ୍ଲା ଭିତରେ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପୂରାଇ ନଦେବା ଦାବିରେ ବିଧାନସଭା ଦୁଇଟି ଗେଟରେ ତାଲା ପକାଇ କଂଗ୍ରେସ ବିଧାୟକ ଧାରଣା ଦେଇଥିଲେ । ହାତରେ ପ୍ଲାକାର୍ଡ ଧରି ଗୃହକୁ ମନ୍ତ୍ରୀ ପ୍ରବେଶ କଲେ ପବିତ୍ର ଗୃହ ଅପବିତ୍ର ହେବ ବୋଲି ଅଭିଯୋଗ କରିଛନ୍ତିି କଂଗ୍ରେସ ବିଧାୟକମାନେ । ବିଧାୟକ ତାରା ପ୍ରସାଦ ବାହାହିନୀପତି, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ତଥା ଅନ୍ୟ ବିଧାୟକମାନେ ଗେଟ ମୁହଁରେ ମନ୍ତ୍ରୀଙ୍କୁ ଜଗିଥିଲେ । ଫଳରେ କେତେଜଣ ମନ୍ତ୍ରୀ ଗୃହରେ ପ୍ରବେଶ କରିପାରିନଥିଲେ । ଅନ୍ୟ ବାଟ ଦେଇ ସେମାନେ ଗୃହକୁ ପ୍ରବେଶ କରିଥିଲେ ।
ଗୃହ କାର୍ଯ୍ୟ ଆରମ୍ଭରୁ ଦିବଂଗନ୍ତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଅ ।ଗତ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର । ସନ୍ଧ୍ୟା ୫ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ହୋହାଲ୍ଲା ଓ ନାରାବାଜୀ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳକୁ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହାତରେ ପ୍ଲା-କାର୍ଡ ଓ ବ୍ୟାନର ଧରି ମମିତାଙ୍କୁ ନ୍ୟାୟ ଦାବିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ଦାବିରେ ସ୍ଲୋଗାନ ଦେଇଥିଲେ । ଏପରିକି ଜଣେ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଏକ ବ୍ୟାନର ଫିଙ୍ଗିି ଥିଲେ । ଏହାରି ଭିତରେ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଥିଲା । ତେବେ ଗୃହକୁ ଆସନ୍ତାକାଲି(ଗୁରୁବାର) ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଥଲେ ବାଚସ୍ପତି ।
ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତ,ି ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ବହୁ ପୂର୍ବରୁ ପ୍ରତିବାଦ କରି ଅ ।ସୁଛି । କିନ୍ତୁ ବିଜେଡିର ଏହି ପ୍ରତିବାଦ କେବଳ ଲୋକ ଦେଖାଣିଆ । କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ବିରୋଧରେ ଯେଉଁଠି ସ୍ୱର ଉେ ।ଳନ କରିବା କଥା ସେଠାରେ ସାଂସଦ ମାନେ ଚୁପ୍ ରହୁଛନ୍ତି । ଏହା କି ପ୍ରକାର ଆନ୍ଦୋଳନ ପ୍ରଶ୍ନ କରିଛନ୍ତି ସେ । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ରହିଛି । ତେଣୁ ଏ ଘଟଣାର ଏସ୍ଆଇଟି ତଦନ୍ତ ସହ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ । ତେଣୁ କଂଗ୍ରେସ ଦଳ ପକ୍ଷରୁ ଏହାକୁ ନେଇ ପ୍ରତିବାଦ କରାଯାଇଥିଲା । ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଦଳ ପକ୍ଷରୁ ଏକ ମୋସନ ଦିଆଯାଇଛି । ତେଣୁ ବାଚସ୍ପତି ଗୃହ କାର୍ଯ୍ୟକୁ ବାତିଲ କରି ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।
ଅନ୍ୟପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ଅଭିଯୋଗ ଥିବାବେଳେ ସେ ଦୋଷମୁକ୍ତ ହୋଇନାହାନ୍ତି । ସେଥିପାଇଁ ମନ୍ତ୍ରୀଙ୍କୁ ଗୃହ ପ୍ରବେଶ କରିବାକୁ ଅନୁମତି ଦିଅ ।ନଯାଉ । ଏନେଇ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି । ବିଗତ ଦିନରେ ସମୀର ଦେ ମନ୍ତ୍ରୀ ଥିବା ବେଳେ ଆଇନଗତ ସମସ୍ୟା ଥିବାରୁ ତାଙ୍କୁ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତି ଗୃହକୁ ପ୍ରବେଶ ଉପରେ ବାରଣ କରିଥିଲେ । ସେହିପରି ବାଚସ୍ପତି ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନିଷ୍ପ ି ନେବାକୁ ଅନୁରୋଧ କରାଯାଇଛି । ଏପଟେ ବାଚସ୍ପତି ପ୍ରୋସିଡିଙ୍ଗ ଦେଖି ନଷ୍ପତ୍ତିନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମାଝୀ କହିଛନ୍ତି ।