ଆସନ୍ତା କାଲି ନୂଆ ଦଳ ଘୋଷଣା କରିବେ ପଞ୍ଜାବ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

0
55

ଅକ୍ଟୋବର ୨୬
ପଞ୍ଜାବ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗୋଟିଏ ନୂଆ ଦଳ ଗଢିବା ନେଇ ସୂଚନା ମିଳୁଛି I ଏ ନେଇ ଆସନ୍ତା କାଲି ଅର୍ଥାତ ବୁଧବାର ଦିନ ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି I ଦଳଟିର ନା ‘ପଞ୍ଜାବ ଲୋକ କଂଗ୍ରେସ’ ହେବ ବୋଲି କୁହାଯାଉଛି I

ସେ କହିଛନ୍ତି, ‘ତାଙ୍କୁ ତାଙ୍କର ପୂର୍ବତନ କଂଗ୍ରେସ ବନ୍ଧୁ ମାନେ ବ୍ୟକ୍ତିଗତ ସ୍ତରରେ ସମାଲୋଚନା କରୁଥିଲେ I ଆଉ ଏବେ ତାଙ୍କର ସମର୍ଥକ ମାନଙ୍କୁ ଧମକ ମଧ୍ୟ ଦେଉଛନ୍ତି’ I
ଏବେ ଯେଉଁମାନେ ମୋ ପଛରେ ଛିଡା ହେଇଛନ୍ତି, ସେମାନେ ପଞ୍ଜାବ ର ଶାନ୍ତି ଏବଂ ବିକାଶ ଚାହାନ୍ତି I ସେମାନେ ଏହି ନୀଚ ରାଜନୀତି ରେ ବିଶ୍ୱାସ କରନ୍ତି ନାହିଁ I ଆମେ ମିଳିମିଶି ପଞ୍ଜାବ ର ଭବିଷ୍ୟତ ପାଇଁ ଲଢେଇ କରିବୁ I

ଗତ ସପ୍ତାହ ରେ ସେ ନୂଆ ରାଜନୈତିକ ଦଳ ଗଠନ କରିବା ନେଇ ସୂଚନା ଦେଇଥିଲେ I ଇସ୍ତଫା ପରେ ଅମରିନ୍ଦର ଅମିତ ଶାହା ଙ୍କୁ ଭେଟିଥିଲେ I ଆଶା କରାଯାଉଥିଲା ଯେ, ସେ ବି ଜେ ପି ରେ ମିଶିବେ I କିନ୍ତୁ କୌଣସି କାରଣରୁ ତାହା ହେଇପାରି ନା ଥିଲା I

LEAVE A REPLY

Please enter your comment!
Please enter your name here