ଇନ୍ଦୋର କୋର୍ଟରେ ମିଳିଥିବା ଦଣ୍ଡ ବିରୋଧରେ ହାଇକୋର୍ଟରେ ଅପିଲ କରିବି : ଦିଗବିଜୟ ସିଂହ

0
910

ଭୋପାଳ : ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ନିଜର ଜେଲ ଦଣ୍ଡକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଇନ୍ଦୋରର ସ୍ୱତନ୍ତ୍ର ଅଦାଲତ ଦିଗବିଜୟଙ୍କୁ ପାଖାପାଖି ଏକ ଦଶକ ପୁରୁଣା ମାମଲାରେ ଗୋଟିଏ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଦିଗବିଜୟ ସିଂହ ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି କି, ଇନ୍ଦୋରର ଏଡିଜେ କୋର୍ଟଙ୍କର ଆଦେଶ। ହାଇକୋର୍ଟରେ ଅପିଲ କରିବି। ସେ ବିଜେପି ଓ ସଂଘକୁ କେବେ ଡ଼ରି ନାହାନ୍ତି ଏବଂ ଯେତେ ମିଥ୍ୟା ମାମଲା ରୁଜୁ ହେଉନା କାହିଁକି , ଯେତେ ବି ଦଣ୍ଡ ଦିଆଯାଉ ।

ଦିଗବିଜୟ ସିଂହ ଧାରାବାହିକ ଭାବେ ଟ୍ୱିଟ୍‌ରେ କହିଛନ୍ତି , ୧୧ ବର୍ଷ ପୁରୁଣା ମାମଲାରେ , ଯେଉଁଥିରେ ତାଙ୍କର ନାଁ ଏଫ୍‌ଆଇଆରରେ ମଧ୍ୟ ଥିଲା , ରାଜନୈତିକ ଚାପରେ ଯୋଡ଼ି ଦିଆଗଲା ଏବଂ ତାଙ୍କୁ ଦଣ୍ଡ ଦିଆ ଗଲା। ସେ ଅହିଂସାବାଦୀ ବ୍ୟକ୍ତି ଏବଂ ହିଂସା ପ୍ରବଣ ଗତିବିଧିକୁ ସର୍ବଦା ବିରୋଧ କରୁଥିବେ । ସିଂହ ଟ୍ୱିଟ୍‌ରେ ଏକ ଭିଡ଼ିଓ ସେୟାର କରି ଲେଖିଛନ୍ତି କି ଏହି ଉଜ୍ଜୈନର ଘଟଣା ବି ସେହି ସମୟର, ଯେଉଁ ଦିନର ଘଟଣାରେ ତାଙ୍କୁ ଦଣ୍ଡ ଦିଆଯାଇଛି । ଏହି ଘଟଣାକୁ ଉଜ୍ଜୈନ ପୁଲିସ୍ କାହିଁକି ଜ୍ଞାତସାରକୁ ନେଲାନି । ଯେବେ ପୁଲିସ ଲୋକେ ଆହତ ହୋଇଥିଲେ ।

Also Read  ସୁନ୍ଦରଗଡ଼ରେ ମୁଖ୍ଯ ଶାସନ ସଚିବ, ସମୀକ୍ଷା କଲେ ନିର୍ମାଣଧୀନ ପ୍ରକଳ୍ପ

LEAVE A REPLY

Please enter your comment!
Please enter your name here