ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ବୋମା ମାଡ଼ !

0
2153
Iran’s Fordow nuclear site bombed by US
Iran’s Fordow nuclear site bombed by US

ଭୁବନେଶ୍ୱର: ଜୁନ ୨୩: ଆମେରିକା ଆକ୍ରମଣରେ ଇରାନ ପରମାଣୁ କେନ୍ଦ୍ର ଅନେକାଂଶରେ କ୍ଷତିଗ୍ରସ୍ତ ହେଇଛି I ସାଟେଲାଇଟ୍ ଚିତ୍ରଗୁଡ଼ିକ ଦର୍ଶାଉଛି ଯେ ଆମେରିକୀୟ ଗୁପ୍ତ ବୋମାବର୍ଷୀ ବିମାନ ଏବଂ ମାସିଭ୍ ଅର୍ଡନାନ୍ସ ପେନିଟ୍ରେଟର୍ (ଏମ୍ଓପି) ବା ବଙ୍କର ବଷ୍ଟର ବୋମା ଦ୍ୱାରା ହୋଇଥିବା ବିମାନ ଆକ୍ରମଣ ଏ ସବୁ ଅଞ୍ଚଳ ପ୍ରଭାବିତ ହେଇଛି I
ମ୍ୟାକ୍ସାର ଟେକ୍ନୋଲୋଜିର ଭିଜୁଆଲ୍ ସମେତ ବାଣିଜ୍ୟିକ ଉପଗ୍ରହ ଚିତ୍ର ଅନୁସାରେ, ଫୋର୍ଡୋର ରେ ଥିବା ପର୍ବତରେ, ଅତି କମରେ ଛଅଟି ଗାତ ହେଇଥିବାର ଦୃଶ୍ୟ ଦେଖାଯାଉଛି ଯାହା ତଳେ ଇରାନର ସେଣ୍ଟ୍ରିଫ୍ୟୁଜ୍ ହଲ୍ ପୋତି ହୋଇ ରହିଛି ବୋଲି ବିଶ୍ୱାସ କରାଯାଉଛି।
କିନ୍ତୁ, ଜାତିସଂଘ ପରମାଣୁ ମୁଖ୍ୟ ରାଫେଲ୍ ଗ୍ରୋସି ଏ ପର୍ଯ୍ୟନ୍ତ ଏ ସମ୍ପର୍କରେ କିଛି ମତାମତ ଦେବାରୁ ନିବୃତ ରହିଛନ୍ତି I ଆନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ସମେତ କେହି ବି ଫୋର୍ଡୋରେ ଭୂତଳ କ୍ଷତି ଆକଳନ କରିବା ସ୍ଥିତିରେ ନାହାନ୍ତି I

Also Read  ଶ୍ରୀଲଙ୍କାରେ ହାହାକାର : ପେଟ୍ରୋଲ ଦର ୨୫୪, ଡିଜେଲ ଦର ୧୭୬