କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0
209
last-20-per-cent-arrears-of-the-seventh-pay-commission to be-paid

କଟକ: କଟକର ପ୍ରତି ଘରେ ପହଞ୍ଚିଲା ପାଇପ୍‌ ପାଣି । କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶହେ ପ୍ରତିଶତ ଘରକୁ ପାଇପ୍‌ ପାଣି ଯୋଗାଣ କରାଯାଇଛି । ଏପର୍ଯ୍ୟନ୍ତ ୬୦ଟି ସହରରେ ପାଇପ୍‌ ପାଣି ଯୋଗାଣ ହୋଇଛି । ଖୁବଶୀଘ୍ର ରାଜ୍ୟର ସବୁ ସହରକୁ ପାଇପ୍‌ ପାଣି ଯୋଗାଣ ହେବ । ପର୍ଯ୍ୟାୟକ୍ରମେ ସାରା ରାଜ୍ୟର ସବୁ ସହରର ଲୋକ ସୁବିଧା ପାଇବେ । କଟକ ସହରର ଦୁଇଟି ଜୋନ୍‌ରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ସୁବିଧା କରାଯାଇଛି । ସାରା ସହରର ଲୋକ ଯେପରି ଏ ସୁବିଧା ପାଇବେ ସେଥିପାଇଁ କାମ ଆରମ୍ଭ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ଏହା ଶେଷ ହେବ ।

Cm Naveen Patnaik

ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପରେ କଟକର ୭ ଲକ୍ଷ ଉପକୃତ ହେବେ । 5T ଅଧୀନରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ ସୁଜଳା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଡ୍ରିଙ୍କ ଫ୍ରମ୍‌ ଟ୍ୟାପ ସୁବିଧା ପାଇବାରେ ପୁରୀ ଦେଶରେ ପ୍ରଥମ । ପୁରୀ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ ମଡେଲକୁ କେବଳ ଦେଶ ନୁହେଁ ଅନେକ ଦେଶ ମଧ୍ୟ ମଡେଲ୍‌ ଭାବେ ଗ୍ରହଣ କରିଛନ୍ତି । ବିଶୁଦ୍ଧ ପିଇବା ପାଣିରେ ନିବେଶ ସାଧାରଣ ସ୍ୱାସ୍ଥ୍ୟରେ ନିବେଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଜଳ ଅମୂଲ୍ୟ, ଏହାକୁ ନଷ୍ଟ ନକରିବାକୁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି ।

Also Read  ୭୦ ବର୍ଷ ପରେ ୨୦୦୦ ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

LEAVE A REPLY

Please enter your comment!
Please enter your name here