କମ୍ପିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍, ଜୁନରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି: ନୋଟ୍‌ କରନ୍ତୁ ତାରିଖ…

0
174

କଟକ : କମ୍ପିବ ବାରବାଟୀ ଷ୍ଟାଡିୟମ । ଦୀର୍ଘଦିନ ପରେ ଓଡିଶାରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍‌ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲା । ଜୁନ୍‌ ୧୨ ତାରିଖରେ ଉଭୟ ଟିମ୍‌ ମଧ୍ୟରେ ହେବ ମହା ମୁକାବିଲା । ଏ ନେଇ ସୂଚନା ଦେଇଛନ୍ତି ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ।

ଶେଷ ଥର ପାଇଁ ୨୦୧୯ ମସିହାରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା ଦିନିକିଆ ମ୍ୟାଚ୍‌ । ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିଲା ଶେଷ ଦିନିକିଆ । ୨୦୧୭ ଡିସେମ୍ବର ୨୦ ତାରିଖରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବାରବାଟୀରେ ଖେଳାଯାଇଥିଲା ଶେଷ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ।

Also Read  ସୋମବାରଠୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କୁ ମନା

LEAVE A REPLY

Please enter your comment!
Please enter your name here