ରାଜଧାନୀରୁ ସୁପାରିକିଲର ଗିରଫ: ୨ ବନ୍ଧୁକ ଓ ଗୁଳି ଜବତ

0
117
ରାଜଧାନୀରୁ ସୁପାରିକିଲର ଗିରଫ

ଭୁବନେଶ୍ୱର : ରାଜଧାନୀରେ ଆଜି ମର୍ଣ୍ଣିଂୱାକ୍‌ରେ ବାହାରିଥିଲେ ଜଣେ ବ୍ୟବସାୟୀ। ସେ ଜାଣି ନଥିଲେ, ତାଙ୍କୁ ମାରିବାକୁ ଛକି ବସିଥିଲା ଜଣେ ସୁପାରୀ କିଲର। ହେଲେ ପୁଲିସ୍ ଜାଣିଥିଲା। ଆଉ ସୁପରୀ କିଲର କିଛି ଅଘଟଣ ଘଟାଇବା ପୂର୍ବରୁ ତାକୁ ଧରି ନେଇଥିଲା ପୁଲିସ୍। ଏହି ସୁପାରୀ କିଲରର ନାଁ ସମ୍ପଦ କୁମାର ସାହୁ। ତା’ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ତା’ ନାଁରେ ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ରାତିରେ ନୟାପଲ୍ଲୀ ପୁଲିସକୁ ଦୁଇ ଜଣ ବନ୍ଧୁକଧାରୀ ଆଇଆସି ଭିଲେଜ କିଡନି କେଆର ଅଫିସ ନିକଟରେ ବୁଲୁଥିବାର ଖବର ମିଳିଥିଲା। ତାପରେ ନୟାପଲ୍ଲୀ ଥାନାର ସବ୍- ଇନସ୍ପେକ୍ଟର୍ ସତ୍ୟ ବାରିକ ଓ ଆର୍ ଏନ୍ ପାତ୍ର ସାଦା ପୋଷାକରେ ସେମାନଙ୍କ ଉପରେ ନଜର ରଖିଥିଲେ। ପରବର୍ତ୍ତୀ ସମୟରେ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ଥିବା ଓମ୍ଫେଡ ବୁଥଠାରେ କଳା ପଲସର ବାଇକ ରଖି ସିଗାରେଟ ଟାଣୁଥିବା ସମୟରେ ଆଉ ୫ ଜଣ ପୁଲିସ ମଧ୍ୟ ଆସି ସେହି ଜାଗାରେ ପହଞ୍ଚିଲେ। ହେଲମେଟ ପିନ୍ଧିଥିବା ଯୁବକକୁ ପୁଲିସ ପଚରାଉଚୁରା କଲା ବେଳେ ସେ ପୁଲିସକୁ ଧକ୍କା ମାରି ଦୌଡ଼ି ପଳାଇଥିଲା। ତା’ପଛରେ ବସିଥିବା ସମ୍ପଦ ନାମକ ଯୁବକ ତତକ୍ଷଣାତ ବନ୍ଧୁକ ବାହାର କରି ପୁଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସବ୍- ଇନସ୍ପେକ୍ଟର୍ ସତ୍ୟ ସମ୍ପଦ ଧରିଥିବା ବନ୍ଧୁକକୁ କୌଶଳ କ୍ରମେ ଛଡାଇ ଆଣିଥିଲେ।

ସମ୍ପଦ ନିକଟରୁ ମିଳିଥିବା ଗୋଟେ ୯ଏମଏମ୍ ପିସ୍ତଲରେ ୮ ରାଉଣ୍ଡ ଗୁଳି ଥିବାବେଳେ ଅଣ୍ଟାରେ ଆଉ ଏକ ୭ ଏମଏମ୍ ପିସ୍ତଲ ରହିଥିଲା ଓ ଆଉ ଏକ ରେଡ୍ ଚିଲ୍ଲି ସ୍ପ୍ରେ ମଧ୍ୟ ମିଳିଥିଲା। ଫେରାର ସହଯୋଗୀ ଜଣେ ଚୋରା କୋଇଲା ବେପାରୀ ବୋଲି ଜଣାଯାଇଛି। ସେ ତାଳଚେର ଓ ଟାଙ୍ଗିରୁ କୋଇଲା ଚୋରା ଚାଲାଣ କରୁଥିଲା। ଏହି ଲୋକ, ସମ୍ପଦ କୋଇଲା ଚୋରା ଚାଲାଣ ବେଳେ ବନ୍ଧୁକ ଧରି ଏସକର୍ଟ କରୁଥିଲା। ,୨୦୦୪, ୨୦୦୮ ଓ ୨୦୧୬ରେ ସେ ହତ୍ୟା ଓ ଡକାୟତି ମାମଲାରେ ଜେଲ ଯାଇଥିଲା। ସମ୍ପଦ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ଜଣାଯାଇଛି।

 

Also Read  ଆନ୍ଧ୍ର ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here