କାର ସହ ୪୦ କେ.ଜି ଗଞ୍ଜେଇ ଜବତ,ଜଣେ ଗିରଫ

0
125

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ପୁଲିସ ଗୁରୁବାର ସଂନ୍ଧ୍ୟାରେ ଚାରିଛକ-ଫୁଲବାଣୀ ରାସ୍ତାର ଘୋଡାଡିଆଁ ନିକଟରୁ ଏକ ଗଞ୍ଜେଇ ବୋଝେଇ କାର ଜବତ କରିଛି । ଏହି ଘଟଣାରେ ଅଭିଯୁକ୍ତ ବିଜୟ ଦିଗାଲ(୪୦)ଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁଯାୟୀ ଗତକାଲି ସଂନ୍ଧ୍ୟାରେ ଏକ ଇଣ୍ଡିଗୋ କାର ନମ୍ବର ଓଡି ୨୫-୩୬୬୩ ଯୋଗେ କନ୍ଧମାଳ ଜିଲ୍ଲାରୁ ବୌଦ୍ଧ ପଟକୁ ଚାରିଛକ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଏନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୁରୁଣାକଟକ ପୁଲିସ ।

ଖବରପରେ ସେଠାରେ ପୁଲିସ ନାଇଟ ପାଟ୍ରୋଲିଂ କରିଥିଲା । ସେହି ସମୟରେ ଘୋଡାଡିଆଁ ନିକଟରୁ ଉକ୍ତ ଗଞ୍ଜେଇ ବୋଝେଇ କାରକୁ ପୁଲିସ ଜବତ କରିଥିଲା । ଜବତ ଗାଡିରୁ ୪୦କେଜି ସହ ଜଣଙ୍କୁ ଗିରଫ କରିଥିଲା ପୁଲିସ । ଏହି ଘଟଣାରେ ପୁରୁଣାକଟକ ପୁଲିସ ପକ୍ଷରୁ ୯୫/୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ବିଜୟ ଦିଗାଲକୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ବିଜୟର ଘର କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅର୍ନ୍ତଗତ ଡୁବୁରୀ ବୋଲି ପୁଲସ ସୂଚନା ଦେଇଛି ।

Also Read  ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କେନ୍ଦ୍ର ମନ୍ତ୍ରୀ

LEAVE A REPLY

Please enter your comment!
Please enter your name here