ନୂଆଦିଲ୍ଲୀ : କାଶ୍ମୀରରେ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ କରି କରାଯାଉ ଥିବା ହତ୍ୟା ମାମଲା ବିରୋଧରେ ଆପ୍ର ଶାଣିତ ସ୍ୱର। ଦିଲ୍ଲୀର ଜନ୍ତରମନ୍ତରରେ ରବିବାର ଦିନ ଜନ ଆକ୍ରୋଶ ରାଲି ଆୟୋଜନ କରିଛି ଆମ୍ ଆଦମୀ ପାର୍ଟି ଏବଂ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ କରିଛି ଟାର୍ଗେଟ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି କି, ଜମ୍ମୁ-କାଶ୍ମୀରରେ ପ୍ରଶାସନ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ କିଲିଂ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ମଧ୍ୟ ଦେଉନାହିଁ।
ଏହି ସମୟରେ କେଜ୍ରିୱାଲ କାଶ୍ମୀରୀ ପଣ୍ଡିତଙ୍କର ସୁରକ୍ଷା ପାଇଁ ସରକାରଙ୍କ ସାମ୍ନାରେ ୪ଟି ଦାବି ବି ରଖିଛନ୍ତି । ସେ କହିଛନ୍ତି କି , କାଶ୍ମୀରୀ ପଣ୍ଡିତଙ୍କୁ ନିଜ ଘର ଛାଡ଼ି ଯିବାକୁ ବାଧ୍ୟ କରାଯାଉଛି ଏବଂ ୧୯୯୦ ଦଶକରେ ଯାହା ହେଉଥିଲା , ତାହା ପୁଣି ଦୋହରା ଯାଉଛି ।
କେଜ୍ରିୱାଲ କହିଛନ୍ତି କି , କାଶ୍ମୀରୀ ପଣ୍ଡିତ ଟାର୍ଗେଟ କିଲିଂର ବିରୋଧ କରୁଛନ୍ତି ତ , କାଶ୍ମୀରରେ ବର୍ତ୍ତମାନ ବିଜେପି ସରକାର ତାଙ୍କୁ ବିରୋଧ କରିବାର ଅନୁମତି ଦେଉନାହିଁ । ଯଦି ସରକାର ଏହିପରି ବ୍ୟବହାର କରନ୍ତି , ତ ଲୋକଙ୍କ ଯନ୍ତ୍ରଣା ଦୁଇ ଗୁଣା ହୋଇ ଯାଏ , ସେ କହିଛନ୍ତି ବିଜେପି ସରକାର ଏଥିରେ ବିଫଳ ହୋଇଛି । କେଜ୍ରିୱାଲ କହିଛନ୍ତି, ଆଜି ଆମେ କେନ୍ଦ୍ର ସରକାରଙ୍କ ସାମ୍ନାରେ ୪ଟି ଡିମାଣ୍ଡ ରଖିଛୁ । ପ୍ରଥମ – ବିଜେପିର କେନ୍ଦ୍ର ସରକାର ଦେଶ ସାମନାରେ କାଶ୍ମୀରୀ ପଣ୍ଡିତ , ହିନ୍ଦୁ ଓ ସେନାର ସୁରକ୍ଷାର ପ୍ଲାନ ରଖୁ । ଦ୍ୱିତୀୟ-ଏହି ବଣ୍ଡ ରଦ୍ଦ କରାଯାଉ । ୩ୟ- କାଶ୍ମୀରୀ ପଣ୍ଡିତଙ୍କ ସବୁ ଦାବି ପୂରା କରାଯାଉ ଓ ୪ର୍ଥ ଦାବି କି ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ।
ଏହାସହ ତେଜ୍ରିୱାଲ ପାକିସ୍ତାନକୁ ସତର୍କ କରାଇ କହିଲେ, ଆମେ ପାକିସ୍ତାନକୁ କହିବାକୁ ଚାହୁଁଛୁ କି ସେ ଏମିକି କାଣ୍ଡ କାରନାମା କରିବା ବନ୍ଦ କରୁ । କାଶ୍ମୀରକୁ କେହି ବି ଭାରତ ଠାରୁ ଅଲଗା କରିପାରିବ ନାହିଁ । କାଶ୍ମୀର ଭାରତର ଥିଲା , ଭାରତର ଅଛି ଓ ସର୍ବଦା ଭାରତର ରହିବ ।