ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା କଲେ 5-T ସଚିବ

0
142

ଗଞ୍ଜାମ: ଗଜପତି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା ପରେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5-T ସଚିବ । ଘଟକେଶ୍ବର ଜଳସେଚନ ପ୍ରକଳ୍ପ ସ୍ଥଳୀକୁ ଯାଇ ନିର୍ମାଣର ଅଗ୍ରଗତୀ ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ବୃହତ ଘଟେକେଶ୍ବର ଜଳସେଚନ ପ୍ରକଳ୍ପ କାମର ଅନୁଧ୍ୟାନ କରିଛନ୍ତି । ସେପଟେ ଆଜି ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5-T ସଚିବ ।

ନିର୍ମାଣସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହିତ କରିଛନ୍ତି ଆଲୋଚନା । ଏହା ସହ ଜଳସେଚନ ବିଭାଗ ଅତିରିକ୍ତ ସଚିବ ଅନୁ ଗର୍ଗ ମଧ୍ୟ ପ୍ରକଳ୍ପ ସ୍ଥାନରେ ସମୀକ୍ଷା କରିଛନ୍ତି । ୨୦୦୫-୦୬ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ପ୍ରକଳ୍ପ ଶେଷ ହେଲେ ଗଜପତି ସମେତ ଗଞ୍ଜାମ ଜିଲ୍ଲାର ୬ ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ଗଜପତି ଜିଲ୍ଲାର ୫୦୦ ଓ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଜମି ଜଳସେଚିତ ହେବ ।

ଏହାଛଡ଼ା ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହେବ । ପ୍ରକଳ୍ପରୁ ୩୬ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ । ଜଳ ନିଷ୍କାସନ ପାଇଁ ପାହାଡ଼ ମଝିରେ ଏକ ସୁଡ଼ଙ୍ଗ ନିର୍ମାଣ ହେଉଛି । ଯାହାର ଲମ୍ବ ରହିଛି ୧୨୮୦ ମିଟର । ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ୬୬ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ଏବେ ତାହା ୭୦୮ କୋଟିରେ ପହଞ୍ଚିଛି । ପ୍ରକଳ୍ପ ପାଇଁ ବିସ୍ଥାପନ କାର୍ଯ୍ୟ ମଧ୍ୟ ଜାରି ରହିଛି । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ନିୟମ ଅନୁସାରେ ଆର୍ଥିକ ସହାୟତା ଦିଆଯାଉଛି ।

Also Read  ରେଳ ଲାଇନ ଉଡାଇଲେ ମାଓବାଦୀ : ଟ୍ରେନ ଚଳାଚଳ ବାଧାପ୍ରାପ୍ତ

LEAVE A REPLY

Please enter your comment!
Please enter your name here