ଶ୍ରୀନଗରରେ ପହଞ୍ଚିଲେ ଅମିତ ଶାହ : ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ

0
182
ଶ୍ରୀନଗରରେ ପହଞ୍ଚିଲେ ଅମିତ ଶାହ
ଶ୍ରୀନଗରରେ ପହଞ୍ଚିଲେ ଅମିତ ଶାହ

ଜମ୍ମୁ କଶ୍ମୀର ୫୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ପଠାଇଲା କେନ୍ଦ୍ର


ନୂଆଦିଲ୍ଲୀ, ୨୩ା୧୦: ତିନିଦିନିଆ ଜମ୍ମୁ ଓ କଶ୍ମୀର ଗସ୍ତରେ ଯାଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରେ ପହଞ୍ଚିଛନ୍ତି। ଶ୍ରୀନଗରରେ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବୈଠକରେ ହେବେ ସାମିଲ ।  କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ଜୁନ୍‌ ମାସରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଜମ୍ମୁ ଓ କଶ୍ମୀର ପୁଲିସ ଇନସପେକ୍ଟର୍‌  ପରୱେଜ ଦର୍‌ଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରାୟ ୧୦ବର୍ଷ ପରେ ପୁଣି ଥରେ ସହରର ବିଭିନ୍ନ ରାସ୍ତାରେ ସିକ୍ୟୁରିଟି ବଙ୍କରମାନ ପ୍ରତିଷ୍ଠା କରାଯାଇଛି । ଗତ ଦୁଇ ସପ୍ତାହ ଧରି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ସକ୍ରିୟ ହେବା ସହ ଲୋକଙ୍କୁ ହତ୍ୟା କରୁଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ହୋଇଛନ୍ତି ଆତଙ୍କୀ । ୫୦ କମ୍ପାନୀ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପଠାଇଛି କେନ୍ଦ୍ର । ପୁଣି ପ୍ରତିଷ୍ଠା ହୋଇଛି ସିକ୍ୟୁରିଟି ବଙ୍କର । ଆତଙ୍କବାଦୀଙ୍କୁ ଦମନ କରିବା, ନାଗରିକଙ୍କ ଜୀବନର ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଛି । ବିଶେଷ କରି ଶ୍ରୀନଗର ଉପରେ ଏହି ଯବାନ ଦୃଷ୍ଟି ନିବଦ୍ଧ କରିବେ ।

ପରୱେଜ ଦର୍‌ଙ୍କ ପରିବାରବର୍ଗ
ପରୱେଜ ଦର୍‌ଙ୍କ ପରିବାରବର୍ଗ
ଜାମ୍ମୁ ଓ କାଶ୍ମୀରକୁ ଶାନ୍ତି ଓ ସ୍ଥିରତା ଫେରିବା ପରେ ଗତ ୨୦୧୦ ରୁ ୨୦୧୮ ମଧ୍ୟରେ ସେଠାରେ ଥିବା ସିକ୍ୟୁରିଟି ବଙ୍କରଗୁଡିକୁ ହଟାଇଦିଆଯାଇଥିଲା । ବଙ୍କର ପ୍ରତିଷ୍ଠା ହେବା ଯୋଗୁ ଆତଙ୍କବାଦୀଙ୍କ ମୁକ୍ତ ବିଚରଣ ଉପରେ ରୋକ ଲାଗିବ । ବର୍ତ୍ତମାନ ଆତଙ୍କବାଦୀମାନେ ଗୋଟିଏ ସ୍ଥାନରେ ଆକ୍ରମଣ କରି ଅନ୍ୟ ସ୍ଥାନକୁ ଅନାୟସରେ ଯାଇପାରୁଛନ୍ତି । ୨୦୧୦ରେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର ପରାମର୍ଶ କ୍ରମେ ସେହି ବର୍ଷରେ ହିଁ ୫୦ରୁ ଅଧିକ ବଙ୍କରକୁ ହଟାଇଦିଆଯାଇଥିଲା । ପରେ ପରେ ପ୍ରାୟ ସମସ୍ତ ବଙ୍କର ଉଠିଯାଇଥିଲା । ଗୁରୁତ୍ୱପୂର୍ଣ୍ଣ ଶ୍ରୀନଗର ବିମାନବନ୍ଦର ରୋଡ ଅନ୍ତର୍ଗତ ବାର୍ଜୁଲ୍ଲା ବ୍ରିଜରେ ଏବେ ଦୁଇଟି ବଙ୍କର ପ୍ରତିଷ୍ଠା ହୋଇଛି । ଶ୍ରୀନଗରର କିଛି ସନ୍ଦିଗ୍ଧ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରଯିବା ସହ ଦୁଇଚକିଆ ଯାନର ଜୋରଦାର ଚେକିଂ ଆରମ୍ଭ କରାଯାଇଛି ।
Also Read  ସଂସଦରେ ୧୨ ସାଂସଦ ନିଲମ୍ବିତ : କେଉଁ ଦଳରୁ କେତେ ସାଂସଦ ଜାଣନ୍ତୁ ?

LEAVE A REPLY

Please enter your comment!
Please enter your name here