ଦଶହରା ରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ

0
23

ପୁରୀ: ଅକ୍ଟୋବର ୧୪: ଶ୍ରୀମନ୍ଦିର ପ୍ରସାଶନ ପକ୍ଷରୁ ନୂଆ ଏସ୍ଓପି ଜାରି କରାଯାଇଛି। ଏହି ଏସ୍ଓପି ଅନୁସାରେ, ଦଶହରା ରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେନି ଭକ୍ତ I ସେ ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ I ସେହିପରି, ଭସାଣି ଦିନ ୧୨ ଟା ପରଠାରୁ ଦର୍ଶନ ବନ୍ଦ ରଖାଯିବା ନେଇ ନିଷ୍ପତି ନିଆଯାଇଛି I
କିନ୍ତୁ, କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରହିବ ବୋଲି କୁହାଯାଇଛି I ନଭେମ୍ବର ୪ (ଦୀପାବଳି), ନଭେମ୍ବର (ବଡ ଏକାଦଶୀ ) ଏବଂ ନଭେମ୍ବର ୧୯ (କାର୍ତ୍ତିକ ପୁର୍ଣିମା ) ରେ ମନ୍ଦିର ବନ୍ଦ ରହିବ I
ପୂର୍ବପରି, ପ୍ରତି ରବିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ I ଅନ୍ୟ ଦିନ ଗୁଡିକରେ ସକାଳ ୭ ଟା ଠାରୁ ସନ୍ଧ୍ୟା ୯ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ I ସମସ୍ତ ଭକ୍ତ କୋଭିଡ ନିୟମ ମୁତାବକ ମନ୍ଦିରକୁ ପ୍ରବେଶ କରିବେ I ମନ୍ଦିର ବାହାରେ ଓ ଭିତରେ, ସମସ୍ତେ ମାସ୍କ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି I ସମସ୍ତେ ହାତକୁ ସାନିଟାଇଜ଼ କରିବେ ଏବଂ ସାମାଜିକ ଦୂରତା ରଖିବା କୁ ମନ୍ଦିର ପକ୍ଷରୁ କୁହାଯାଇଛି I
ଶ୍ରୀମନ୍ଦିର ଭିତରକୁ କେହି ପଲିଥିନ ନେଇ ଯାଇପାରିବେ ନାହିଁ I ପଲିଥିନ ନେବା ସମ୍ପୂର୍ଣ ଭାବରେ ନିଷେଧ କରାଯାଇଛି।
ଶ୍ରୀମନ୍ଦିରକୁ ପଲିଥିନ ନେଲେ ଶହେ ଟଙ୍କା ଜରିମାନା ଲାଗିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି I

LEAVE A REPLY

Please enter your comment!
Please enter your name here