ଦୁଇ ମାଲ୍‌ବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା

0
698
ଦୁଇ ମାଲ୍‌ବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା
ଦୁଇ ମାଲ୍‌ବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା

ରାଉରକେଲା : ରାଞ୍ଚି ଡିଭିଜନରେ ଦୁଇଟି ମାଲ୍‌ବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ବ୍ରେକ୍ ଫେଲ୍‌ରୁ ଏହି ଦୁର୍ଘଟଣା ଘଟିଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି।

goods train

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାଞ୍ଚି ଡିଭିଜନର ପକାର ଏବଂ କୁରକୁରା ଷ୍ଟେସନ ମଝିରେ ଏହି ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି। ଅନ୍ୟପଟରେ ଏହି ରୁଟ ଦେଇ ଯାଉଥିବା ସମସ୍ତ ଟ୍ରେନର ଗତିପଥ ବଦଳାଇ ଯାଇଛି। ରାଞ୍ଚି ଓ ରାଉରକେଲା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Also Read  ୨୪ ଘଣ୍ଟାରେ ଦେଶରେ ୯୭୫ କୋଭିଡ୍‌-୧୯ ଆକ୍ରାନ୍ତ; ୪ଜଣ ମୃତ