ଦୁର୍ଘଟଣାଗ୍ରସ୍ତ ବିକାନେର ଏକ୍ସପ୍ରେସ୍ : ୩ ମୃତ, ଏକାଧିକ ଆହତ

0
286

ପଶ୍ଚିମବଙ୍ଗ : ଦୁର୍ଘଟଣାଗ୍ରସ୍ତ ହୋଇଛି ବିକାନେର ଏକ୍ସପ୍ରେସ୍ । ପାଟନାରୁ ଆସାମ ଯାଉଥିବାବେଳେ ଲାଇନଚ୍ୟୁତ ହୋଇଛି ଟ୍ରେନ । ଜଲପାଇଗୁଡ଼ି ଜିଲ୍ଲାରେ ଘଟିଛି ଏହି ବଡ଼ ଧରଣର ଦୁର୍ଘଟଣା  ।  ଫଳରେ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଟ୍ରେନର ୬ଟି ବଗି ଲାଇନ୍ଚ୍ୟୁତ୍ ହୋଇଛି  । ଏ ସମସ୍ତ ବଗିରେ ସାଧାରଣ ଯାତ୍ରୀ ରହିଥିଲେ  । ଦୁର୍ଘଟଣା ଫଳରେ ଅଧିକାଂଶ ଯାତ୍ରୀ ମୃତାହତ ହୋଇଥିବା ଜଣା ପଡିଛି  ।

ପଶ୍ଚିମବଙ୍ଗର ଦାମୋହାନୀ ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଛି  ।  ଯଦିଓ ମୃତାହତ ସଂଖ୍ୟା ସ୍ପଷ୍ଟ ହୋଇନାହିଁ ତଥାପି ଏହି ସଂଖ୍ୟା ଅଧିକ ରହିପାରେ  । ରେଳବାଇ ସୂତ୍ରରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  । କିନ୍ତୁ ଏହି ଦୁର୍ଘଟଣାରେ ପ୍ରାୟ ୪୦୦ ଶହରୁ ପାଞ୍ଚଶହ ଲୋକ ଫସିଥିବା ଜଣାପଡିଛି  । ସେପଟେ ଦୁର୍ଘଟଣା ଖବର ପାଇ ପଶ୍ଚିମବଙ୍ଗ ପୋଲିସ, ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି  । ଭାରତୀୟ ରେଳବାଇ ଜରୁରୀକାଳୀନ ନମ୍ବର (୮୧୩୪୦୫୪୯୯୯)ଜାରି କରିଛି। ଘଟଣାସ୍ଥଳକୁ ପ୍ରାୟ ୨୦ ଆମ୍ବୁଲାନ୍‌ସ୍‌ ପଠାଯାଇଛି।

ଦୁର୍ଘଟଣା ବିଷୟରେ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି   । ଉଦ୍ଧାର କାର୍ଯ୍ୟକୁ ତ୍ୱରିତ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ  । ସେପଟେ ମୃତକଙ୍କ ସଂଖ୍ୟା ନେଇ ଯଦିଓ ସ୍ପଷ୍ଟ ସୂଚନା ମିଳିପାରିନାହିଁ କିନ୍ତୁ ୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି  । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here