ଡ଼ିସେମ୍ବର ୧୨
କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ କୁ ନେଇ ସାରା ଦେଶରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି | ଏହା ସତ୍ତ୍ୱେ ଓମିକ୍ରନ୍ ମାମଲା ବଢ଼ିବାରେ ଲାଗିଛି I ଓମିକ୍ରନ୍ ଚଣ୍ଡିଗଡ଼, ଦିଲ୍ଲୀ ସହ ୬ ଟି ରାଜ୍ୟ ରେ ପ୍ରବେଶ କରିସାରିଛି I
ରବିବାର ଦିନ ଆନ୍ଧ୍ରପ୍ରଦେଶ, କେରଳ ଏବଂ ଚଣ୍ଡିଗଡ଼ରେ ଏହି ନୂତନ ଭାରିଆଣ୍ଟ ର ପ୍ରଥମ ମାମଲା ରିପୋର୍ଟ ହୋଇଥିବାବେଳେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ମଧ୍ୟ ଗୋଟିଏ ଗୋଟିଏ ମାମଲା ଦେଖିବାକୁ ମିଳିଛି। ଏଠି ସହ ଏ ପର୍ଯ୍ୟନ୍ତ ଦେଶରେ ମୋଟ ୩୮ ଟି ଓମିକ୍ରନ୍ ଭାରିଆଣ୍ଟ ରେ ଆକ୍ରାନ୍ତ ଥିବା ବ୍ୟକ୍ତି ଚିହ୍ନଟ ହେଇସାରିଲେଣି I
ଏ ପର୍ଯ୍ୟନ୍ତ ମହାରାଷ୍ଟ୍ର ରେ ୧୮ ଜଣ, ରାଜସ୍ଥାନ ରେ ୯ ଜଣ, କର୍ଣ୍ଣାଟକ ରେ ୩ ଜଣ, ଗୁଜୁରାଟ ରେ ୩ ଜଣ, ଦିଲ୍ଲୀ ରେ ୨ ଜଣ ଏବଂ ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼ ଓ କେରଳ ରେ ଜଣେ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
























