ଦୁଇଟି ଟ୍ରେନ ସାମ୍ନାସାମ୍ନି ମୁହାଁମୁହିଁ : ସଫଳ ହେଲା ‘କବଚ ଟେକନିକ୍’

0
990
ଦୁଇଟି ଟ୍ରେନ ସାମ୍ନାସାମ୍ନି ଦୁର୍ଘଟଣା
ଦୁଇଟି ଟ୍ରେନ ସାମ୍ନାସାମ୍ନି ଦୁର୍ଘଟଣା

ନୂଆଦିଲ୍ଲୀ: ଭାରତୀୟ ରେଲୱେ ‘କବଚ ଟେକନିକ୍’ ପରୀକ୍ଷଣ ସଫଳ ହୋଇଛି ।  ଦୁଇଟି ଟ୍ରେନ ସାମ୍ନାସାମ୍ନି ଦୁର୍ଘଟଣାକୁ ଏଡ଼ାଇ ଦେଇ ହେବ । ଏହି ଟେକନିକରେ ଟ୍ରେନ ଟି ଦୂର୍ଘଟଣା ପୂର୍ବରୁ ଆପେ ଆପେ ରହିଯିବ । ଏହାକୁ ପରୀକ୍ଷଣ କରିବାକୁ ଯାଇ ଦୁଇଟି ଟ୍ରେନ୍ ମୁହାଁମୁହିଁ ଚଳାଚଳ କରିଥିଲା । ଏହି ପରୀକ୍ଷଣରେ ସାମିଲ ହୋଇଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ରେଳ ମନ୍ତ୍ରୀ ଯେଉଁ ଟ୍ରେନରେ ଯାଉଥିଲେ ସେହି ଟ୍ରେନଟି ଆଗରୁ ଆସୁଥିବା ଟ୍ରେନର ୩୮୦ ମିଟର ପୂର୍ବରୁ ଅଟକି ଯାଇଥିଲା। କବଚ ଟେକନିକ କାରଣରୁ ଟ୍ରେନରେ ସ୍ୱୟଂଚାଳିତ ଭାବେ ବ୍ରେକ ଲାଗିଯାଇଥିଲା । ଏନେଇ ରେଳମନ୍ତ୍ରୀଙ୍କ ଦ୍ୱାରା ଏକ ମିନିଟର ଭିଡିଓ ସେୟାର କରାଯାଇଛି ଯେଉଁଥିରେ ରେଳମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଲୋକୋପାଇଲଟ କ୍ୟାବିନରେ ଅଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି କହିଛନ୍ତି ଯେ ରିୟର-ଏଣ୍ଡ୍ ଟକ୍କର ପରୀ

 

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋଟିଏ ଟ୍ରେନରେ ଏବଂ ରେଳ ବୋର୍ଡର ଚେୟାରମ୍ୟାନ୍ ସମେତ ଅନ୍ୟ ଅଧିକାରୀମାନେ ଅନ୍ୟ ଏକ ଟ୍ରେନରେ ଉପସ୍ଥିତ ଥିଲେ । ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରୀକ୍ଷଣର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସୂଚନା ଅନୁସାରେ, ଭାରତୀୟ ରେଲୱେ କ୍ରମାଗତ ଭାବରେ କବଚ ଟେକନିକ୍ ଉପରେ କାର୍ଯ୍ୟ କରୁଥିଲା, ଯାହା ଭବିଷ୍ୟତରେ ଏହାର ଲକ୍ଷ ଶୂନ୍ୟ ଦୁର୍ଘଟଣା ହୋଇପାରେ । ତେଣୁ ଶୁକ୍ରବାର ଦିନ ଟ୍ରେନ୍ ଧକ୍କା ସୁରକ୍ଷା ବ୍ୟବସ୍ଥା କବଚ’ର ପରୀକ୍ଷଣ କରାଯାଇଥିଲା।

‘କବଚ’ର ପ୍ରକୃତ ଅର୍ଥ ହେଉଛି ‘ସାଞ୍ଜୁ’। ଭାରତୀୟ ରେଳବାଇଦ୍ବାରା ବିକଶିତ ‘କବଚ’ ହେଉଛି ବିଶ୍ବର ସବୁଠୁ ଶସ୍ତା ସ୍ବୟଂକ୍ରିୟ ଟ୍ରେନ୍‌ ଧକ୍କା-ନିରୋଧୀ ବ୍ୟବସ୍ଥା। ‘ଜିରୋ ଆକ୍ସ‌ିଡେଣ୍ଟ୍‌’ ଲକ୍ଷ୍ୟ ହାସଲ ନିମନ୍ତେ ରେଳବାଇକୁ ସହାୟତା କରିବା ନିମନ୍ତେ ଏହି ‘ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍‌ସନ୍‌’ (ଏଟିପି) ବ୍ୟବସ୍ଥା ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ କରାଯାଇଛି। ଏକ ଧାରଣା ଉପରେ ଆଉ ଗୋଟାଏ ଟ୍ରେନ୍‌ ଆସୁଥିବା ନିର୍ଦ୍ଧାରିତ ଦୂରତ୍ବରୁ ଦେଖିବା ମାତ୍ରେ ଆପଣାଛାଏଁ ଟ୍ରେନ୍‌କୁ ଅଟକାଇ ଦେବା ପାଇଁ ‘କବଚକ’କୁ ଡିଜାଇନ୍‌ କରାଯାଇଛି ବୋଲି ବରିଷ୍ଠ ରେଳ ଅଧିକାରୀମାନେ କହିଛନ୍ତି। ବିଶ୍ବରେ ଏହି ବ୍ୟବସ୍ଥା ଚଳାଇବା ପାଇଁ କିଲୋମିଟର୍‌ ପିଛା ୨ କୋଟି ଖର୍ଚ୍ଚ ହେଉଥିବା ବେଳେ ‘କବଚ’‌ ପାଇଁ କିଲୋମିଟର୍‌ ପିଛା ୫୦ ଲକ୍ଷ ଖର୍ଚ୍ଚ ହେବ ବୋଲି ସେମାନେ କହିଛନ୍ତି।

 

Also Read  ବନ୍ଧା ହେଲେ ଜଳେଶ୍ୱରର କୁବେର ବିଡିଓ ଅଶ୍ୱିନୀ କୁମାର ଦାସ, ବିଡିଓଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା