ନିୟନ୍ତ୍ରଣ ରେଖା ନିକଟ ଜଙ୍ଗଲରେ ନିଆଁ ଯୋଗୁଁ ଲାଣ୍ଡମାଇନ ବିସ୍ଫୋରଣ

0
414

ଶ୍ରୀନଗର : ପ୍ରବଳ ଗ୍ରୀଷ୍ଣପ୍ରବାହ ଯୋଗୁଁ ଥିବା ଜମ୍ମୁ ଓ କଶ୍ମୀର ପୁଞ୍ଚ ଜିଲ୍ଲାର ମେଣ୍ଢର ସେକ୍ଟରରେ ଥିବା ଜଙ୍ଗଲରେ ନିଆଁ ଲାଗିଯାଇଛି । ଏହି ନିଆଁ ନିୟନ୍ତ୍ରଣ ରେଖା ନିକଟକୁ ବ୍ୟାପିଯାଇଥିବାରୁ ସେଠାରେ ପୋତାଯାଇଥିବା ଲାଣ୍ଡମାଇନଗୁଡ଼ିକରେ ବିସ୍ଫୋରଣ ହୋଇଛି । ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାଯାଇଛି ।

ପାକିସ୍ତାନ ପଟୁ ହେଉଥିବା ଅନୁପ୍ରବେଶକୁ ରୋକିବାକୁ ଭାରତୀୟ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ଲାଣ୍ଡମାଇନ ପୋତାଯାଇଥାଏ । କିନ୍ତୁ ଏବେ ସ୍ଥାନୀୟ ଜଙ୍ଗଲରେ ନିଆଁ ଲାଗିଯାଇଥିବାରୁ ଲାଣ୍ଡମାଇନ ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସିବାରୁ ସେଥିରେ ବିସ୍ଫୋରଣ ହେଉଛି । ଏପର୍ଯ୍ୟନ୍ତ ପ୍ରାୟ ୬ଟି ଲାଣ୍ଡମାଇନ ବିସ୍ଫୋରଣ ହୋଇଥିଲା ଜଣାଯାଇଛି ।

ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ (ଫରେଷ୍ଟର ବା ବନପାଳ) କନର ହୁସେନ ଶାହ କହିଛନ୍ତି ଜଙ୍ଗଲରେ ଲାଗିଥିବା ନିଆଁକୁ ଜଙ୍ଗଲ ବିଭାଗ ଓ ସେନା ପକ୍ଷରୁ ମିଳିତପଦକ୍ଷେପ ନିଆଯାଇ ଲିଭାଇ ଦିଆଯାଇଥିଲା । କିନ୍ତୁ ପ୍ରବଳ ପବନ ଯୋଗୁଁ ଦରମସାଲ ବ୍ଲକ ଜଙ୍ଗଲରେ ପୁଣି ନିଆଁ ଲାଗିଛି । ଅନ୍ୟପକ୍ଷରେ ରାଜୌରି ଜିଲ୍ଲାର ସୁନ୍ଦରବନ୍ଦି ଅଂଚଳରେ ଥିବା ଜଙ୍ଗଲରେ ବି ନିଆଁ ଲାଗିଛି । ଏହାକୁ ଲିଭାଇବାକୁ ସେନା ଓ ଜଙ୍ଗଲବିଭାଗ ଉଦ୍ୟମ କରୁଛନ୍ତି । ହୁସେନ କହିଛନ୍ତି ଯେ, ବେଳେବେଳେ ଏଲଓସି ସେପଟୁ ନିଆଁ ଆସି ଏପଟେ ବ୍ୟାପିଯାଉଛି । ବିଏସଏଫର ବେଲି ଆଜମତ ବର୍ଡର ଆଉଟପୋଷ୍ଟ ନିକଟରେ ଥିବା ଅଂଚଳରେ ମଧ୍ୟ ନିଆଁ ଲାଗିଯାଇଥିଲା । କିନ୍ତୁ ପରେ ନିଆଁକୁ ଆୟତ୍ତ କରାଯାଇଛି ।

Also Read  ହ୍ରାସ ପାଉଛି ଦେଶରେ କୋଭିଡ୍‌-୧୯ ଦୈନିକ ସଂକ୍ରମଣ; ସୁସ୍ଥତା ହାର ବି ବୃଦ୍ଧି ପାଉଛି

LEAVE A REPLY

Please enter your comment!
Please enter your name here