ନୂଆ ଭାରିଆଣ୍ଟ ଓମିକ୍ରୋନ ପାଇଁ ବଢ଼ିଲା ଚିନ୍ତା : ଓଡ଼ିଶାରେ କେଉଁ ନୂଆ ଗାଇଡଲାଇନ ଜାରି ? ଜାଣନ୍ତୁ…….

0
627
ରାଜ୍ୟରେ କରୋନା ଲମ୍ଫ ମାରୁଛି
ରାଜ୍ୟରେ କରୋନା ଲମ୍ଫ ମାରୁଛି

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯେଉଁମାନେ ଆସିବେ ବିମାନବନ୍ଦରରେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ। ଯଦି ପଜିଟିଭ ଆସିଲା, ତାହେଲେ ସେମାନଙ୍କ ସାମ୍ପୁଲକୁ ଜେନଂ ସିକୁଏନ୍ସ ପାଇଁ ଆଇଏଲଏସକୁ ପଠାଯିବ। ବିଦେଶ ଫେରନ୍ତା ଉପରେ ରହିଛି ନଜର। ଯେଉଁମାନେ ବିଦେଶରୁ ଫେରିବେ, ସେମାନେ ୧୦ ଦିନ ସଙ୍ଗରୋଧରେ ରହିବେ। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।

ସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ପାଇଁ ଖୁବ ଶୀଘ୍ର ଆଡ଼ଭାଇଜରି ଜାରି କରିବେ ରାଜ୍ୟ ସରକାର। ସମସ୍ତ ଜିଲ୍ଲାପାଳ, ସିଡ଼ିଏମଓ ଓ ମୁନସିପାଲିଟି କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି। ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଫୋକସରେ ତିନି ‘ଟି’ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଦିଆଯାଇଛି।

ସ୍କୁଲ କଲେଜରେ ଏବଂ ହଷ୍ଟେଲରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି। କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି। ସ୍କୁଲ କଲେଜ ହଷ୍ଟେଲରେ ସୁର୍ଭିଲାନସି କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛ ସ୍କୁଲ ନ ଆସିବା ପାଇଁ କୁହାଯାଇଛି। ଲକ୍ଷଣ ଥିଲେ ତାଙ୍କର ତୁରନ୍ତ ଟେଷ୍ଟ କରାଯିବାକୁ ବି କୁହାଯାଇଛି। ଯେଉଁଠି ଅଧିକ ସଂକ୍ରମଣ ବାହାରିବ, ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ। ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ଯାଇପାରିବା।

Also Read  Security Strengthened in Srimandir