ପାକିସ୍ତାନ ର କ୍ରମାଗତ ଦ୍ଵିତୀୟ ବିଜୟ : ୪ ପଏଣ୍ଟ ସହ Group ୨ ର ଶୀର୍ଷରେ

0
34

ଅକ୍ଟୋବର ୨୭

ନିଉଜିଲାଣ୍ଡ ବିରୁଦ୍ଧରେ ବିଜୟ ପରେ ଖୁବ ଉତ୍ସାହିତ ହେଇପଡିଥିବା ପାକିସ୍ତାନ ଦଳ ର ଆତ୍ମବିଶ୍ୱାସ ବଢିଛି, ଯାହା ପରବର୍ତ୍ତୀ ମ୍ୟାଚ ଗୁଡିକରେ ଏହାର ବିଜୟ ଧାରା ବଜାଇ ରଖିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି କ୍ୟାପଟେନ ବାବର ଆଜମ I

ହରିଶ ରାଫ ଙ୍କ ସୁନ୍ଦର ବୋଲିଂ ଏବଂ ଆସିଫ ଅଲ୍ଲୀ ଓ ସୋଏବ ମଲିକ ଙ୍କ ବ୍ୟାଟିଂ ଦ୍ୱାରା ପାକିସ୍ତାନ ନିଉଜିଲାଣ୍ଡ କୁ ୫ ଉଇକେଟ ରେ ହରାଇ ପାରିଛି ବୋଲି କହିଛନ୍ତି ଆଜମ I

ସାରଜ଼ା କ୍ରିକେଟ ଷ୍ଟାଡିଅମ ରେ ଖେଳା ଯାଇଥିବା ଏହି ମ୍ୟାଚ ଜିତିବା ପରେ ପାକିସ୍ତାନ ଏବେ Group 2 ର ଶୀର୍ଷ ସ୍ଥାନରେ ରହିଛି I

ପାକିସ୍ତାନ ର ସ୍ପିନର ମାନେ ଭଲ ବୋଲିଂ କରି ନିଉଜିଲାଣ୍ଡ ଦଳ କୁ ବଡ ସ୍କୋର କରିବ ପାଇଁ ସୁଯୋଗ ଦେଇ ନ ଥିଲେ I ଯାହା ଫଳରେ ନିଉଜିଲାଣ୍ଡ ୨୦ ଓଭର ରେ ୧୩୪ ରନ କରିପାରିଥିଲା I ଯାହାକୁ ସହଜ ରେ ପାକିସ୍ତାନ ୧୮.୪ ଓଭର ଅତିକ୍ରମ କରି ପାରିଥିଲା I
ହରିଶ ରାଫ Player Of the Match ହେଇଥିଲେ I ସେ ମାତ୍ର ୨୨ ରନ ଦେଇ ୪ Wicket ନେଇଥିଲେ I

LEAVE A REPLY

Please enter your comment!
Please enter your name here