ନଭେମ୍ବର ୧୩
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଥାଇଲ୍ୟାଣ୍ଡ ଉପକୂଳରେ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ହେଇଛି I ପାଣିପାଗ ବିଭାଗ ସୂତ୍ର ରୁ ପ୍ରକାଶ, ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୧୫ ନଭେମ୍ବର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲାଗିଥିବା ଅଂଚଳରେ ଅବପାତ ର ରୂପ ନେବ I ତା’ପରେ ଏହା ପଶ୍ଚିମ – ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ତୀବ୍ର ହେବ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ୧୮ ନଭେମ୍ବର ୨୦୨୧ ରେ ପହଞ୍ଚିବା ର ସମ୍ଭାବନା ଅଛି |
IMD ର ସୂଚନା ଅନୁଯାୟୀ, 17 ନଭେମ୍ବରରେ, ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି I ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷI ହେବ ନେଇ ଆଶା କରାଯାଉଛି I
IMD ପକ୍ଷରୁ କୁହାଯାଇଛି, ୧୬ ରୁ ୧୮ ତାରିଖ ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ପୂର୍ବ ବଙ୍ଗୋପସାଗରରେ ୫୫ -୬୫ କିଲୋମିଟର ବେଗରେ ପବନ ବୋହିପାରେ I ଏହା 17 ନଭେମ୍ବର 2021 ରେ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ମଧ୍ୟ ପବନ ବହିବାର ସମ୍ଭାବନା ରହିଛି I