ପୁସ୍ତକ ମେଳାରୁ ପକେଟମାରୀ ଗିରଫ ହେଲେ ଅଭିନେତ୍ରୀ ରୁପା ଦତ୍ତ

0
622

କୋଲକାତା : କୋଲକାତାରେ ଚାଲିଥିବା ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ଚୋରି କରିଥିବା ଅଭିଯୋଗରେ ଅଭିନେତ୍ରୀ ରୁପା ଦତ୍ତଙ୍କୁ ଗିରଫ କରାଯାଇଛି। ରୁପାଙ୍କୁ ଗିରଫ କରାଯାଇଥିବା ବିଷୟକୁ ପଶ୍ଚିମବଙ୍ଗ ପୁଲିସ ସ୍ପଷ୍ଟ କରିବା ସହିତ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛି। ମେଳାରେ ଜଣେ ବ୍ୟକ୍ତିଙ୍କ ମନିପର୍ସ ଚୋରି କରିଥିବା ଅଭିଯୋଗରେ ରୁପାଙ୍କୁ ଗିରଫ କରାଯାଇଛି। ରୁପା ପୁସ୍ତକ ମେଳାରେ ଏକ ଡଷ୍ଟବିନ୍‌ରେ ପର୍ସ ଫିଙ୍ଗୁଥିବା ଜଣେ ପୁଲିସ ଅଧିକାରୀ ଦେଖୀବା ପରେ ତାଙ୍କୁ ପୁଲିସ ଅଟକ ରଖୀ ପଚରା ଉଚୁରା କରିଥିଲା।

ଏହି ସମୟରେ ରୁପାଙ୍କ ଉତ୍ତରରେ ତାଳ ମେଳ ରହି ନଥିବାରୁ ପୁଲିସର ସନ୍ଦେହ ବଢିଥିଲା। ଏହାପରେ ତାଙ୍କ ଭ୍ୟାନିଟି ଯାଞ୍ଚ କରାଯିବା ବେଳେ ସେଥିରୁ ବହୁ ପର୍ସ ସମେତ ନଗଦ ୭୫,୦୦୦ ଟଙ୍କା ମିଳିଥିଲା ବୋଲି ପୁଲିସ କହିଛି। ରୁପା ମେଳାରେ ପୁସ୍ତକ କିଣିବା ବାହାନାରେ ମହିଳାଙ୍କ ଠାରୁ ପକେଟ ମାର୍‌ କରୁଥିଲେ ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ, ଯେ ରୁପା ବହୁ ବଙ୍ଗଳା ଟିଭି ଧାରାବାହିକରେ ଅଭିନୟ କରି ପଶ୍ଚିମବଙ୍ଗରେ ବେଶ ଖ୍ୟାତି ଅର୍ଜନ କରିଥିଲେ।

Also Read  ସହକାରୀ ଯନ୍ତ୍ରୀଙ୍କ ଦେଢ କୋଟିର ସମ୍ପତ୍ତି ଜବତ, କୁହ୍ନେଇପଦାରେ ଅଛି ୧ କୋଟି ୨୫ ଲକ୍ଷ ଟଙ୍କାର ତିନି ମହଲା କୋଠା