ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବାବା ରାମଦେବଙ୍କ ଟିପଣି , ଲୋକମାନେ ପରିଶ୍ରମ କରନ୍ତୁ, ନିଜର ଆୟ ବଢ଼ାନ୍ତୁ

0
434

ନୂଆଦିଲ୍ଲୀ : ଦେଶରେ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ପକେଟ୍‌ ଖାଲି ହେଉଛି। ଏହାରି ଭିତରେ ଯୋଗ ଗୁରୁ ବାବା ରାମଦେବ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଦରଦାମ ବୃଦ୍ଧିରୁ ମୁକ୍ତି ପାଇବାକୁ ହେଲେ ଲୋକଙ୍କୁ ଆୟ ଦୁଇ ଗୁଣା କରିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିବ। କରନାଲରେ ସେ କହିଛନ୍ତି ମୋ ଭଳି ସନ୍ନ୍ୟାସି ମଧ୍ୟ ଖୁବ୍ ପ୍ରିଶ୍ରମ କରୁଛନ୍ତି। ସାଧାରଣ ଲୋକଙ୍କୁ ଏହି ଦରଦାମ ବୃଦ୍ଧିରୁ ରକ୍ଷା ପାଇବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିବ।

ରାମଦେବ ଆହୁରି କହିଛନ୍ତି ଯେ ଦେଶକୁ ଚଳାଇବା ପାଇଁ ତାଙ୍କର ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ୁଛି। ଯଦି ମୁଁ ସନ୍ନ୍ୟାସି ହୋଇ ୧୮ ଘଣ୍ଟା କାମ କରୁଛି ତେବେ ଲୋକମାନଙ୍କୁ ମଧ୍ୟ ଏଭଳି ପ୍ରିଶ୍ରମ କରିବାକୁ ପଡ଼ିବ। ଏତିକି ବେଳେ ରାମଦେବଙ୍କୁ ତାଙ୍କର ପୁରୁଣା ବୟାନ ଉପରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ଯଦି ବିଜେପି ସରକାରରେ ଆସେ ତେବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ। କରନାଲରେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାମଦେବ ହେଲିକପ୍ଟରରେ ଆସିଥିଲେ। ସେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ କାର୍ଯ୍ୟକୁ ମଧ୍ୟ ଖୁବ୍‌ ପ୍ରଶଂସା କରିଥିଲେ।

Also Read  ଚନ୍ଦ୍ରରେ ଧକ୍କା ଖାଇବ ୭ ବର୍ଷ ହେବ ମହାଶୂନ୍ୟରେ ଘୂରୁଥିବା ସ୍ପେସ୍‌ଏକ୍ସ୍‌ ରକେଟ୍‌ର ବୁଷ୍ଟର୍

LEAVE A REPLY

Please enter your comment!
Please enter your name here