ବଜ୍ରକାପ୍ତା ଡିଲ୍‌ ବେଳେ ଧରାପଡ଼ିଲେ ବେପାରୀ : ୧୫ ଲକ୍ଷ ଟଙ୍କାରେ ଡିଲ୍

0
699

ଦେବଗଡ଼: ବଜ୍ରକାପ୍ତାକୁ ବିକିବା ପାଇଁ ଜଣେ ବେପାରୀ ଗ୍ରାହକଙ୍କ ଅପେକ୍ଷାରେ ଥିବା ବେଳେ ପୁଲିସ ମାଡ଼ିବସିଛି। ଦେବଗଡ଼ ଜିଲ୍ଲା ବାରାକୋଟ ଥାନା ଅନ୍ତର୍ଗତ ଠିଆନାଳ ଜଙ୍ଗଲରେ ଗୁରୁବାର-ଶୁକ୍ରବାର ରାତି ପୁଲିସ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନାନୁଯାୟୀ,  ଏହି ବେଆଇନ୍‌ କାରବାର ସହିତ ସଂଶ୍ଲିଷ୍ଟ ଥିବା ବେପାରୀ ଜଣକ ହେଉଛି ମୟୂରଭଂଜ ଜିଲ୍ଲା ଯଶୀପରୁ ଥାନା ଅନ୍ତର୍ଗତ ବଡ଼ଶୋଳ ଗାଁର ବାନାମ୍ବର ନାଏକଙ୍କ ପୁଅ ଦିଲୀପ ନାଏକ ।  ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଅଞ୍ଚଳର କେତେକ ବନ୍ୟପ୍ରାଣୀ ତସ୍କର ଦେବଗଡ଼ ଜିଲ୍ଲାରେ ତସ୍କରୀ କରୁଥିବା ସୂଚନା ପାଇ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲା । ଯୋଜନା ମୁତାବକ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଗ୍ରାହକ ବେଶରେ ତସ୍କର ଦିଲ୍ଲୀପ ନାୟକଙ୍କଠାରେ ପହଞ୍ଚିଥିଲା । ଏହି ସମୟରେ ଜୀବନ୍ତ ବଜ୍ରକାପ୍ତାକୁ ଦିଲ୍ଲୀପ ୧୫ଲକ୍ଷ ଟଙ୍କାରେ ବିକ୍ରି କରୁଥିବାବେଳେ ପୁଲିସ ଟିମ ତାକୁ କାବୁ କରିଥିଲା । ଏହାସହ ତା’ ନିକଟରୁ ପ୍ରାୟ ୭ କେଜିରୁ ଊର୍ଦ୍ଧ୍ବ ଓଜନର ଏକ ବଜ୍ରକାପ୍ତା ଜବତ କରି ଗିରଫ କରିଥିଲା ।

Also Read  Bhubaneswar records 332 fresh Corona Positive Cases; Total tally stands at 7,931