ବାହାଘର ଶୋଭାଯାତ୍ରା ହେଲା ଶେଷ ଯାତ୍ରା: ବିଦ୍ୟୁତ୍‌ ତାର ଲାଗି ବରଯାତ୍ରୀ ମୃତ, ୨ ଗୁରୁତର

0
328
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ବନ୍ତ : ମନଖୁସିରେ ବାହାରି ଥିଲେ ସାଙ୍ଗର ବାହାଘର ପାଇଁ । କନ୍ୟାଘର ନିକଟରେ ବି ପହଞ୍ଚି ଯାଇଥିଲେ । ଚାଲିଥିଲା ବର ରୋଷଣି । ତାରି ଭିତରେ ଲୁଚି ରହିଥିଲା କାଳ । କାଳ ସଂସ୍ପର୍ଶରେ ଆସି ଚାଲିଗଲା ସାଙ୍ଗର ଜୀବନ । ନିମିଷକେ ମିଳାଇଗଲା ହସ ଖୁସି । ହସଖୁସିରେ ଉଛୁଳି ଉଠୁଥିବା ଗାଁ ଦାଣ୍ଡରେ ପଡ଼ିଗଲା କାନ୍ଦ ବୋବାଳି । ଏଭଳି ଏକ ଦୁଃଖଦ ଘଟଣା ଆଜି ଦେଖିବାକୁ ମିଳିଛି ବନ୍ତ ଥାନା ଅନ୍ତର୍ଗତ ସୁନାଗଡ଼ିଆ ଗ୍ରାମରେ । ବନ୍ତ ଥାନା ଅନ୍ତର୍ଗତ ସୁନାଗଡ଼ିଆ ଗ୍ରାମର ଅକ୍ରୁର ବାରିକଙ୍କ ପୁଅ ସହ ଏହି ଥାନା ଅନ୍ତର୍ଗତ ପଦାକଣା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା ।

ସୂଚନା ମୁତାବକ, ବର ବରଯାତ୍ରୀମାନଙ୍କ ସହ ପଦାକଣା ଗ୍ରାମରେ ପହଞ୍ଚି ଶୋଭାଯାତ୍ରା ଜାରି ରଖିଥିଲେ । ଶୋଭାଯାତ୍ରା ଚାଲିଥିଲା ବେଳେ ବରଯାତ୍ରୀ ଭାବେ ଯାଇଥିବା ସୁନାଗଡିଆ ଗ୍ରାମର ପ୍ରଭାତ ସ୍ୱାଇଁ(୨୩) ଅସାବଧାନତା ବଶତଃ କନ୍ୟାଘର ଠାରୁ କିଛି ଦୂରରେ ଅତ୍ୟନ୍ତ ନିଚାରେ ଥିବା ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ପାଖରେ ଥିବା ଅନ୍ୟ ୨ ଜଣ ଯୁବକ ମଧ୍ୟ ଆହତ ହୋଇଥିଲେ ।

ହଠାତ୍‌ ଗ୍ରାମରେ ଏକ ଭୟର ବାତାବରଣ ଖେଳି ଯାଇଥିଲା ବେଳେ ଉପସ୍ଥିତ ଲୋକମାନେ ଆହତମାନଙ୍କୁ ଚିକିତ୍ସା ପାଇଁ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ପ୍ରଭାତଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ୨ ଆହତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି । କୌଣସି ସୂତ୍ରରୁ ବନ୍ତ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲା ବେଳେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି ।

Also Read  କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲା: ମାନସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍

LEAVE A REPLY

Please enter your comment!
Please enter your name here