ବିଦ୍ୟାଳୟରୁ ୧୦ କମ୍ପ୍ୟୁଟର ଚୋରି, ସିସିଟିଭିରେ କଏଦ୍‌ ଚୋରି ଦୃଶ୍ୟ

0
804

ଭଦ୍ରକ : ଭଦ୍ରକ ଜିଲ୍ଲା ଚୂଡାମଣୀ ସାମୁଦ୍ରିକ ଥାନା ସ୍ଥିତ କିଣୁଚରଣ ଉଚ୍ଚ ବିଦ୍ୟାଳୟରେ ୧୦ରୁ ଅଧିକ କମ୍ପ୍ୟୁଟର ଚୋରି ହୋଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ଏହି କମ୍ପ୍ୟୁଟର ଚୋରୀ ହୋଇଥିବା ସମସ୍ତ ଭିଜୁଆଲ୍‌ ଉକ୍ତ ଗୃହରେ ଲାଗିଥିବା ସିସି ଟିଭି ଫୁଟେଜରେ କଏଦ ହୋଇଛି। ଶନିବାର ବିଦ୍ୟାଳୟ ଛୁଟି ହୋଇଥିବା ବେଳେ ରବିବାର ରାତିରେ ଦୁଇ ଜଣ ଚୋର ଗୃହ ମଧ୍ୟକୁ ପଶି ୧୦ରୁ ଅଧିକ ମନିଟର ସହିତ କିବୋର୍ଡ, ମାଉସ ଓ ଗୋଟି ସିପିୟୁ ଚୋରି କରି ନେଇଛନ୍ତି।

ମଙ୍ଗଳବାର ସ୍କୁଲ ଖୋଲିବାରୁ ବିଦ୍ୟାଳୟକୁ ଶିକ୍ଷକ ମାନେ ଲାଇବ୍ରେରି ଘରର କବାଟର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ଶିକ୍ଷକ ମାନଙ୍କ ପକ୍ଷରୁ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦ କରିଥିଲେ। ପରେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ୨ଜଣ ଦୁର୍ବୃତ୍ତ କବାଟ ତାଲା ଭାଂଗି ଏକ ଅଖା ମଧ୍ୟରେ କମ୍ପ୍ୟୁଟର ନେଇଯାଇଥିବା ଦେଖିବାକୁ ପାଇଥିଲେ।

Also Read  ଦେଶରେ କରୋନା ବିପର୍ଯ୍ୟୟ : ୨୪ ଘଣ୍ଟାରେ ୧,୭୯,୭୨୩ ଚିହ୍ନଟ