ଭିଜିଲାନ୍ସ ଟିମକୁ ଦେଖି ଲାଞ୍ଚ ଟଙ୍କା ଲୁଚାଇଥିଲେ ପାଇଖାନାରେ, ଏବେ ହିସାବ ଦେଉଛନ୍ତି

0
231

ବରଗଡ଼: ହାତଗୁଞ୍ଜା ଦେଲେ ହୋଟେଲ ଖୋଲିବାକୁ ଲାଇସେନ୍ସ ମିଳିବ । ନହେଲେ ହୋଟେଲ ଖୋଲିପାରିବନି। ଏପରି କଛି କହି ନିଜ ଚାକିରିରି ବହପ ଦେଖାଉଥିଲେ ବରଗଡ଼ ଜିଲ୍ଲା ପବ୍ଲିକ୍ ହେଲଥ ଅଫିସର ବା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଚୁଲବତୀ ସାହୁ । କିନ୍ତୁ ଯେଉଁ ବ୍ୟକ୍ତିଙ୍କୁ ଏପରି ହାତଗୁଞ୍ଜା ମାଗୁଥିଲେ ତାଙ୍କର ଉପସ୍ଥିତି ବୁଧି ଯୋଗୁଁ ଜଣେ ଦୁର୍ନୀତିଖୋର ସରକାରୀ ଅଧିକାରୀ ବଡ ଅଡୁଆରେ ପଡିଛନ୍ତି । ଯୋଜନା ମୁତାବକ ସରକାରୀ ଅଧିକାରୀ ଜଣଙ୍କ ନେଇଥିବା ଲାଞ୍ଜ ଟଙ୍କାକୁ ଭିଜିଲାନ୍ସ ଏକ ପାଇଖାନା ଘରୁ ଜବତ କରିଛି । ଏବେ ଏହି ଦୁର୍ନୀତିଖୋର ସରକାରୀ ଅଧିକାରୀ ତଥା ଉଚ୍ଚ ଶିକ୍ଷିତା ଡଃ ଚୁଲବତୀ ସାହୁଙ୍କୁ ଭିଜିଲାନ୍ସ ଅଟକ ରଖି ପଚରା ଉଚରା କରୁଛି।

ବରଗଡ଼ ଭିଜିଲାନ୍ସ ଓ ସମ୍ବଲପୁର ଭିଜିଲାନ୍ସର ମିଳିତ ଟିମ୍ ଚଢ଼ାଉ କରି ବରଗଡ଼ ଭଟଲି ରୋଡ ସ୍ଥିତ ଶ୍ରୀକୁଞ୍ଜ ଆପାର୍ଟମେଣ୍ଟ ସ୍ଥିତ ଡାକ୍ତରଙ୍କ ବାସ ଭବନରେ ଥିବା ପାଇଖାନା ଘରୁ ଏଗାର ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏନେଇ ଏକ ମାମଲା ରୁଜୁ କରି ବରଗଡ଼ ଭିଜିଲାନ୍ସ ପକ୍ଷରୁ ଡାକ୍ତରଙ୍କ ବାସ ଭବନରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ଘରର ଖାନ ତଲାସୀ ଜାରି ରଖିଛି । ଏହି ଘଟଣାରେ ଡାକ୍ତର ଚୁଲବତୀ ସାହୁଙ୍କୁ ଭିଜିଲାନ୍ସ ଅଟକି ରଖି ଅଧିକ ପଚରା ଉଚୁରା କରୁଛି ।

ଖୁବଶୀଘ୍ର ଲାଞ୍ଚ କାରବାରକୁ ନେଇ ଡାକ୍ତରଙ୍କୁ ଗିରଫ କରାଯିବ ବୋଲି ବରଗଡ଼ ଭିଜିଲାନ୍ସ ଡିଏସପି କହିଛନ୍ତି । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ଭିଡେନ ବ୍ଲକର ଖାଉପାଲି ଗାଁର ହୃଷିକେଶ ପଧାନ ଏକ ହୋଟେଲ ଖୋଲିବା ପାଇଁ ଫୁଡ଼ ସେଫ୍ଟି ଲାଇସେନ୍ସ ପାଇଁ ଜିଲ୍ଲା ପବ୍ଲିକ୍ ହେଲଥ ଅଫିସରଙ୍କ ପାଖରେ ଆବେଦନ କରିଥିଲେ । ଫୁଡ ସେଫଟି ଲାଇସେନ୍ସ ପ୍ରଦାନ ପାଇଁ ପାଞ୍ଚ ହଜାର ଟଙ୍କା ଓ ଅନ୍ୟ ଏକ ଫି ପାଇଁ ଛଅ ହଜାର ଟଙ୍କା ମୋଟ୍ ଏଗାର ହଜାର ଟଙ୍କା ଦେବା ପାଇଁ ଡ଼ଃ ଚୁଲବତୀ ସାହୁ କହିଥିଲେ । ଟଙ୍କା ନଦେଲେ ଲାଇସେନ୍ସ ମିଳିବ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ । ହୃଷିକେଶ ପଧାନ ବାରମ୍ବାର ଅଫିସକୁ ଧାଇଁବା ସତ୍ତ୍ୱେ ତାଙ୍କୁ ଫୁଡ଼ ଲାଇସେନ୍ସ ମିଳିନଥିଲା ।

ଶେଷରେ ବାଧ୍ୟ ହୋଇ ହୃଷିକେଶ ପଧାନ ଭିଜିଲାନ୍ସ ବିଭାଗ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୂର୍ବ ଯୋଜନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ହୃଷିକେଶ ପଧାନ ଡ଼ଃ ଚୁଲବତୀ ସାହୁଙ୍କୁ ଟଙ୍କା ଦେଲା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ଭିଜିଲାନ୍ସ ଟିମର ଅତର୍କିତ ଚଢ଼ାଉ ଦେଖି ଭୟରେ ପାଇଖାନା ଭିତରେ ଟଙ୍କା ପକାଇ ପ୍ରମାଣ ନଷ୍ଟ କରିବାର ଉଦ୍ୟମ କରିଥିଲେ କିନ୍ତୁ ଭିଜିଲାନ୍ସ ଟିମ ପାଇଖାନାରୁ ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଥିଲା । ପୂର୍ବରୁ ଡ଼ଃ ଚୁଲବତୀ ସାହୁଙ୍କ ନାଁ ରେ ବିଭିନ୍ନ ପ୍ରମାଣ ପତ୍ର ଆଳରେ ଲକ୍ଷାଧିକ ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ରହିଥିଲା।

Also Read  ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଲେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ପ୍ରଥମ ପ୍ରସ୍ତାବକ ପ୍ରଧାନମନ୍ତ୍ରୀ ମୋଦି

LEAVE A REPLY

Please enter your comment!
Please enter your name here