ରଣବୀର-ଆଲିଆଙ୍କ ବିବାହକୁ ନେଇ ସର୍ବପ୍ରଥମେ ଶୁଭେଚ୍ଛା ବାର୍ତ୍ତା ଦେଲେ ସଞ୍ଜୁ ବାବା

0
279

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଗତ କିଛି ଦିନ ହେବ ନିଜର ବିବାହ ଖବରକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଗତ କିଛି ବର୍ଷ ହେବ ବଲିଉଡ୍ ସୁନ୍ଦରୀ ଆଲିଆ ଭଟ୍ଟଙ୍କୁ ଡେଟ୍‌ କରୁଛନ୍ତି। ଏହା ପୂର୍ବରୁ ରଣବୀର ବିିଭିନ୍ନ ଅଭିନେତ୍ରୀଙ୍କୁ ଡେଟ୍‌ କରି ସାରିଥିଲେ ବି କାହା ସହ ବି ବିବାହ ପର୍ଯ୍ୟନ୍ତ କଥା ଆଗେଇ ପାରିନଥିଲା। ମାତ୍ର ଆଲିଆ ଭଟ୍ଟଙ୍କ ସହ ରଣବୀରଙ୍କ ଯୋଡ଼ିକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ। ଏବେ ଖୁବ୍ ଶୀଘ୍ର ଏହି ଦୁଇ ଷ୍ଟାର୍‌ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଏ ନେଇ ବଲିଉଡ୍‌ର ସିନିୟର୍‌ କଳାକାର ସଞ୍ଜୟ ଦତ୍ତ ସର୍ବପ୍ରଥମେ ରଣବୀରଙ୍କୁ ତାଙ୍କ ବିବାହ ପାଇଁ ଶୁଭେଚ୍ଛା ଦେଇଛନ୍ତି। ଯେତେବେଳେ ସଞ୍ଚୁବାବାଙ୍କୁ ରଣବୀର ଆଲିଆଙ୍କ ବିବାହ ବିଷୟରେ ପଚରାଗଲା ସେ କହିଲେ, ‘ସେମାନେ ବିବାହ କରୁଛନ୍ତି କି? ଯଦି ସେ ବିବାହ କରିବାକୁ ଯାଉଛନ୍ତି ତ ମୁଁ ସେମାନଙ୍କ ପାଇଁ ବହୁତ ଖୁସି। ଆଲିଆ ତ ମୋ ସାମ୍ନାରେ ବଡ଼ ହୋଇଛି। ବିବାହ ଏକ ପ୍ରତିବଦ୍ଧଦା, ଯାହା ପରସ୍ପର ସହ କରାଯାଏ। ତାହାକୁ ଖୁବ୍ ଭଲ ଭାବେ ନିଭାଇବା ଜରୁରୀ। ଦୁହେଁ ହୁହିଁଙ୍କ ହାତ ଧରି ସୁଖ, ଶାନ୍ତି ଓ ଗର୍ବର ସହ ରୁହନ୍ତୁ।’

ଉଲ୍ଲେଖଯୋଗ୍ୟ, ଆଲିଆଙ୍କ କିଛି ବନ୍ଧୁ ଏପ୍ରିଲ୍ ୧୪ରେ ଦୁହିଁଙ୍କ ବିବାହ ହେବ ବୋଲି କହିଥିବା ବେଳେ କିଛି ଏପ୍ରିଲ୍ ୧୫ ରେ ବିବାହ ହେବ ବୋଲି କହିଥିଲେ। ଏବେ ବିବାହ କାର୍ଯ୍ୟକ୍ରମର ସମସ୍ତ ସୂଚନା ସାମ୍ନାକୁ ଆସିବାରୁ ଆଲିଆ ଏବଂ ରଣବୀର ବିବାହ ତାରିଖ ବଦଳାଇଦେଇଥିବା ନେଇ ସୂଚନା ମିଳୁଛି।

ବର୍ତ୍ତମାନ ଆଲିଆଙ୍କ ସାବତ ଭାଇ ରାହୁଲ ଭଟ୍ଟ ପ୍ରକାଶ କରିଛନ୍ତି ଯେ, ଦୁହେଁ ସେମାନଙ୍କ ବିବାହ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହେଁ ପୂର୍ବରୁ ଏପ୍ରିଲ ୧୪ରେ ବିବାହ କରିବେ ବୋଲି ତାରିଖ ଠିକ କରିଥିଲେ। କିନ୍ତୁ ଗଣମାଧ୍ୟମରେ ଏନେଇ ସୂଚନା ଲିକ ହେବା ପରେ ଏବେ ଦୁହେଁ ତାରିଖ ଘୁଞ୍ଚାଇବାକୁ ମନସ୍ଥ କରିଛନ୍ତି। ହେ‌ଲେ ଏପ୍ରିଲ ୨୦ ମଧ୍ୟରେ ଦୁହିଁଙ୍କ ବିବାହ ହେବ।

Also Read  ପରିବେଶ ସୁରକ୍ଷାକୁ ଅଗ୍ରାଧିକାର : ପାରାଦୀପରେ ଏସାର ମିନମେଟର ପେଲେଟ ପ୍ଲାଣ୍ଟ ପାଇଁ ପ୍ରସ୍ତାବ

LEAVE A REPLY

Please enter your comment!
Please enter your name here