ରାଜ୍ୟରେ କୋଟିଏ ଲୋକ ନେଇସାରିଲେଣି ୨ ଟି ଡୋଜ ଟୀକା

0
76

ଅକ୍ଟୋବର ୧୮

କୋଭିଡ୍‌ ଟିକା ନେଇସାରିଲେଣି କୋଟିଏ ଲୋକ

ରାଜ୍ୟରେ କୋଟିଏ ଲୋକ କୋଭିଡ୍‌ ଟିକାର ଉଭୟ ଡୋଜ ନେଇସାରିଛନ୍ତି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛି।

କରୋନା ର ପ୍ରଥମ ଲହର ଏବଂ ଦ୍ଵିତୀୟ ଲହର ରାଜ୍ୟର ବହୁ ଲୋକ ପ୍ରଭାବିତ ହେଇଛନ୍ତି I ବହୁ ଲୋକ କରୋନା ରେ ଆକ୍ରାନ୍ତ ହେଇଛନ୍ତି ଏବଂ ଅନେକ ଜୀବନ ହରାଇଛନ୍ତି I ବାରମ୍ବାର ଲକଡାଉନ ଏବଂ ସଟଡାଉନ ଯୋଗୁଁ ଜନସାଧାରଣ ଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଛି I ଅନେକ ନିଜର ଜୀବିକା ମଧ୍ୟ ହରାଇଛନ୍ତି I ତାହାରି ଭିତରେ ଟୀକାକରଣ ଆରମ୍ଭ ହେଇଥିଲା I ସରକାର, ସରକାରୀ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ କର୍ମୀ ଙ୍କ ସାମୁହିକ ପ୍ରଚେଷ୍ଟା ଫଳରେ ଏହା ଗୋଟିଏ ଆନ୍ଦୋଳନ ରେ ପରିବର୍ତ୍ତନ ହେଲା I ଆଜି ରାଜ୍ୟ ର ଗୋଟିଏ କୋଟି ଲୋକ ଟୀକା ନେଇସାରିଛନ୍ତି I ଯାହା ଫଳରେ, ସଂକ୍ରମଣ ଏବଂ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା କମିଛି I ଧୀରେ ଧୀରେ ଜୀବନ ଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି I କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଦୋକାନ ବଜାର ଖୋଲୁଛି।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ୨୪ ଘଂଟାରେ ୩୪୦ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି I

 

 

LEAVE A REPLY

Please enter your comment!
Please enter your name here