ରାଜ୍ୟରେ ୪.୨୫କୋଟି ଡୋଜ ଟିକା ଦିଆସରିଲାଣି

0
766
ଏଯାଏ ୪୧ ଲକ୍ଷ ପ୍ରଥମ ଡୋଜ ନେଇନାହାନ୍ତି
ଏଯାଏ ୪୧ ଲକ୍ଷ ପ୍ରଥମ ଡୋଜ ନେଇନାହାନ୍ତି

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା  ୪ କୋଟି ୨୫ ଲକ୍ଷ ଡୋଜ କୋଭିଡ ଟିକା ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୪ କୋଟି ୨୫ ଲକ୍ଷ ଡୋଜ କୋଭିଡ ଟିକା ମଧ୍ୟରୁ ୮୫ ପ୍ରତିଶତ ପ୍ରଥମ ଡୋଜ। ୪୬ ପ୍ରତିଶତ ହେଉଛି ଦ୍ବିତୀୟ ଡୋଜ। ଶିଶୁଙ୍କୁ ଟିକାକରଣରେ ଦେଶର ଏକ ନମ୍ବର ରାଜ୍ୟ ହେଲା ଓଡ଼ିଶା। ରାଜ୍ୟର ୯୦.୫ ପ୍ରତିଶତ ଶିଶୁ ନେଇଛନ୍ତି ଉଭୟ ଟିକା।ରାଜ୍ୟରେ ଟିକାକରଣକୁ ମଧ୍ୟ ପ୍ରଶଂସା କରିଛି କେନ୍ଦ୍ର। କେନ୍ଦ୍ରର ଯୁଗ୍ମ ସଚିବ ଗାୟତ୍ରୀ ମିଶ୍ର ଓଡ଼ିଶାରେ ଟିକାକରଣ ବୁଲି ଦେଖିଛନ୍ତି।

ସେହିଭଳି ୯୨.୨ ପ୍ରତିଶତ ହୋଇଛି ଆନୁଷ୍ଠାନିକ ପ୍ରସବ। ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଦର୍ଶାଯାଇଛି। ଶିଶୁ ମୃତ୍ୟୁ ହାର କମାଇବାରେ ମଧ୍ୟ ଓଡ଼ିଶା ୧ନମ୍ବର ହୋଇଛି ବୋଲି କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Also Read  Shankaracharya banned from touching the deities on Snana Mandap: Daitapati Nijog secretary Premanand Dasmohapatra