ରାଜ୍ୟର ୨୨ ଟି ଅଂଚଳରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ ଉର୍ଦ୍ଧ୍ବରେ: ସେପ୍ଟେମ୍ବର ୫ ରୁ ବର୍ଷା

0
661
Weather: Monsoon Rain Continues In Several Parts Of Odisha
Cyclone Mandous: Heavy Rains Disrupt Normal Life In AP And Tamilnadu

ସେପ୍ଟେମ୍ବର ୩
ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ପାଇଛି I ଅସହ୍ୟ ଗରମ ଯୋଗୁଁ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଇପଡିଲେଣି I ଭୁବନେଶ୍ୱରର ଆଇଏମଡିର ଆଞ୍ଚଳିକ କେନ୍ଦ୍ର ଅନୁଯାୟୀ, ଓଡିଶାର 22 ଟି ସ୍ଥାନ ରେ ଶୁକ୍ରବାର ଦିନ ତାପମାତ୍ରା 35 ଡିଗ୍ରୀ ସେଲସିୟସ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି । ଗତକାଲି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ଦିନର ତାପମାତ୍ରା 36.7 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଇଏମଡିର ଆଞ୍ଚଳିକ କେନ୍ଦ୍ର ମଧ୍ୟ ପୂର୍ବାନୁମାନ କରିଛି ଯେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।
ତେବେ ସେପ୍ଟେମ୍ବର ମାସ ୫ ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ I ଲାଗ ଲାଗ ଦୁଇଟି ଲୋ-ପ୍ରେସର ସଂଗଠିତ ହେବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଯାହା ଫଳରେ ଓଡ଼ିଶାରେ ପାଣିପାଗର ପରିବର୍ତ୍ତନ ହେବ ଏବଂ ରାଜ୍ୟବାସୀ ଅସହ୍ୟ ଗରମରୁ ମୁକ୍ତି ପାଇବେ I ପାଣିପାଗ ବ୍ୟୁରୋ ଅନୁଯାୟୀ, ପ୍ରଥମ ଲୋ-ପ୍ରେସର ଅଞ୍ଚଳ ସେପ୍ଟେମ୍ବର 8 ରେ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଦ୍ୱିତୀୟ ଟି ସେପ୍ଟେମ୍ବର 15, 2022 ରେ ସୃଷ୍ଟି ହେବ | ପ୍ରଥମ ଲୋ-ପ୍ରେସର ବଙ୍ଗୋପ ସାଗରର ପଶ୍ଚିମ-ମଧ୍ୟ ଅଂଚଳରେ ଏବଂ ଦ୍ୱିତୀୟଟି ଉତ୍ତର-ପଶ୍ଚିମ ଅଂଚଳରେ ସଂଗଠିତ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି I

Also Read  ଚାଲିଲେ କମିବ ମୃତ୍ୟୁ ଆଶଙ୍କା- ଆମେରିକା ବୈଜ୍ଞାନିକ

LEAVE A REPLY

Please enter your comment!
Please enter your name here