ଶୋଇଛି ବନ ବିଭାଗ, ଜଙ୍ଗଲ ପାଲଟିଛି ଶିକାରୀଙ୍କ ଚରାଭୂଇଁ !

0
200

ଭୁବନେଶ୍ୱର: ଗୁଳି ଖାଇବା ପରେ ଏବେ ସୁସ୍ଥ ହେଉଛି କଟକ ଆଠଗଡର ଏକ ଦନ୍ତା ହାତୀ । ନରସିଂହପୁର ବାନାଞ୍ଚଳ ଅଧୀନ ଜୟପୁର ଜଙ୍ଗଲରେ ୮ ରୁ ୧୦ ବର୍ଷର ଏକ ଦନ୍ତା ହାତୀ ଗୁଳି ଖାଇବା ପରେ ଜଙ୍ଗଲରେ ପ୍ରାୟ ୧୫ ଦିନ ବୁଲିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ଏବେ ନନ୍ଦନକାନନ ଏବଂ ସାତକୋଶିଆ ୱାଇଲ୍ଡ ଲାଇଫର ଏକ ଟିମ୍ ଯାଇ ହାତୀଟିର ଚିକିତ୍ସା କରିଛନ୍ତି।

ହାତୀର ଶରୀରରେ ଗୁଳି ବାଜି ବାହାରି ଯାଇଛି ତେଣୁ ହାତୀ ଏବେ ନିରାପଦ ରହିଛି। ସାଲାଇନ ଏବଂ ଅନ୍ୟାନ୍ୟ ଔଷଧ ଦିଆଯାଇ ହାତୀକୁ ସୁସ୍ଥ କରୁଛନ୍ତି ବୋଲି ପିସିସିଏଫ ମୁଖ୍ୟ ଶଶି ପଲ୍ କହିଛନ୍ତି। ବୁଧବାର ସକାଳୁ ବନବିଭାଗର ପିସିସିଏଫ ଶଶି ପଲଙ୍କ ସହିତ ନନ୍ଦନକାନନର ଡାକ୍ତର ଗୁପ୍ତା ଏବଂ ସାତକୋଶିଆ ୱାଇଲ୍ଡ ଲାଇଫର ଡାକ୍ତର ସାହୁଙ୍କ ସହ ଏକ ୭ ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କରିବା ସହିତ ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ହାତୀର ୫ଟି ଜାଗାରେ ଗୁଳି ବାଜି ବାହାରି ଯାଇଛି । ଏବେ ଚିକିତ୍ସା ଜାରି ରହିଛି ।

ରାଜ୍ୟରେ ହାତୀ ଦାନ୍ତ ବିକ୍ରି, ବାଘ ଛାଲ ଆଦି ଘଟଣା ବେଧଡକ ଭାବେ ବଢି ଚାଲିଛି। ପ୍ରତି ସପ୍ତାହରେ ଏସଟିଏଫ ଟିମ୍ ରେଡ୍ କରି ବିପୁଳ ପରିମାଣରେ ଏହି ସବୁ ମୂଲ୍ୟବାନ ଜିନିଷ ଜବତ କରୁଛି। ଏହାରି ଭିତରେ ନିକଟରେ ଦୁଇଟି ହାତୀ ମୃତ ଶରୀରର କଙ୍କାଳକୁ ଉଦ୍ଧାର କରାଯାଇଥିଲା ଆଠଗଡରୁ । ଏହି ଘଟଣାରେ ପଶୁଙ୍କ ଅଙ୍ଗ ମିଳୁଛି ହେଲେ ଏହି ବେଆଇନ କାରବାରର ମୂଳ ଉତ୍ସ କିଏ ତାହା ଏଯାଏ ଜାଣିପାରୁନି ବନ ବିଭାଗ କି ଏସଟିଏଫ।

Also Read  ବାବୁସାନ୍‌-ତୃପ୍ତି ବିବାଦ ମାମଲା: ଆପୋଷ ବୁଝାମଣା ପାଇଁ ଉଦ୍ୟମ, ତୃପ୍ତିଙ୍କ ଘରେ ରବି ମିଶ୍ର

LEAVE A REPLY

Please enter your comment!
Please enter your name here