ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗତକାଲି ଭୁବନେଶ୍ୱରରେ ବର୍ଷା ହୋଇଥିଲା । ରାତିରୁ ସକାଳ ଯାଏ ବି ବର୍ଷା ହୋଇଛି । ଏହାପରେ ସକାଳୁ ସକାଳୁ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଭୁବନେଶ୍ୱରେର ପାଣି ଜମୁଥିବା ତଳିଆ ଅଞ୍ଚଳରେ ସ୍ଥିତି ପରଖିଛନ୍ତି । ତାଙ୍କ ସହ ସାଙ୍ଗରେ ଥିଲେ ବିଏମସିର ବିଭାଗୀୟ ଯନ୍ତ୍ରୀ ଓ କର୍ପୋରେଟର ।
ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, ବର୍ତ୍ତମାନ ବର୍ଷା ପରେ ଭୁବନେଶ୍ୱରରେ ସେଭଳି ସ୍ଥିତି ଉପୁଜିନାହିଁ । ପାଣି କେଉଁଠି ଜମା ହୋଇନି । ବିଭିନ୍ନ ଡ୍ରେନ୍ ଉପରେ ରହିଛି ନଜର । ସମ୍ବେଦନଶୀଳ ସ୍ଥାନରେ ମୋଟର ପମ୍ପ ମହଜୁଦ ରଖାଯାଇଛି ।
ଜଳବନ୍ଦୀ ସ୍ଥିତି ଦେଖାଦେଲେ ତୁରନ୍ତ ଜଳ ନିଷ୍ପାସନ ବ୍ୟବସ୍ଥା କରାଯିବ । ଆବଶ୍ୟକ ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି ବୋଲି ବିଏମସି ମେୟର କହିଛନ୍ତି ।
Visited several vulnerable locations in the city, including the points near the ISKCON temple, to see how water-logging can be reduced in case of heavy rainfall under the influence of #CycloneAsani. Several Corporators and engineers of @bmcbbsr were in the team. #TeamWork pic.twitter.com/WVwIgRI335
— Sulochana Das (@MayorofBBSR) May 11, 2022