ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରି ଗ୍ରାମ ପଞ୍ଚାୟତ ଶିକୁଳିପଦର ଗ୍ରାମରେ ପ୍ରାମାଣିକ ଫିଲ୍ମ ସୁଟିଂ ବେଳେ ଜଙ୍ଗଲୀ ମାଛି ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଶିକୁଳିପଦର ଗ୍ରାମରେ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ତରଫରୁ ନ୍ୟାସନାଲ ଯୋଗ୍ରାଫିକ୍ ଚ୍ୟାନେଳର କିଛି କର୍ମଚାରୀ ଦିଲ୍ଲୀ ରୁ ଆସି ଆଦିବାସୀ ସଉରା ଙ୍କ ଜିବନ ଶୈଳୀ ଉପରେ ଜଙ୍ଗଲ ରେ ସୁଟିଂ କରୁଥିଲେ। ସୁଟିଂ ବେଳେ ଆଦିବାସୀଙ୍କ ଏକ ପ୍ରମୁଖ ଖାଦ୍ୟ ବାଉଁଶ କରଡ କାଢିବା ସମୟରେ ସେଠାରେ ଥିବା ବିଷାକ୍ତ ବଣୁଆ ମାଛି ଆକ୍ରମଣ କରିଥିଲେ । ଆକ୍ରମଣରେ ୧୨ ଜଣ ଆହତ ହୋଇ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି ହୋଇ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ସଉରା ଉନ୍ନୟନ ସଂସ୍ଥା ର ସ୍ଵତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁ ମେଡ଼ିକାଲ୍ ରେ ପହଞ୍ଚି ଆହତମାନଙ୍କ ବୁଝlସୁଝା କରିଛନ୍ତି।