ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଅଧିକ ସଂଖ୍ୟକ ଛୋଟ ପିଲା

0
391
ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଅଧିକ ସଂଖ୍ୟକ ଛୋଟ ପିଲା
ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଅଧିକ ସଂଖ୍ୟକ ଛୋଟ ପିଲା

ୱାଶିଂଟନ: ସଂକ୍ରମଣ ରୋକିବାକୁ ସାରା ବିଶ୍ୱରେ ଏକାଧିକ କଟକଣା ଲାଗିଥିଲେ ମଧ୍ୟ କୌଣସି ଲାଭ ମିଳୁନାହିଁ। କ୍ରମାଗତ ଭାବେ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଓମିକ୍ରନ ଭାରିଏଣ୍ଟ ସମସ୍ତଙ୍କୁ କଲବଲ କରୁଛି। ଆମେରିକା ଠାରୁ ଆରମ୍ଭ କରି ଭାରତ ଯାଏ ସବୁଆଡ଼େ ସଂକ୍ରମଣର ନୂଆ ଟ୍ରେଣ୍ଡ ଚିନ୍ତା ବଢ଼ାଇଛି।

ଓମିକ୍ରନ ଅଧିକ ମାରାତ୍ମକ ନୁହେଁ। ଏଥିରେ ଆକ୍ରାନ୍ତ ହେଲେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେବାକୁ ପଡ଼ିବନି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଆମେରିକାରୁ ଆସିଥିବା ତଥ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। କାରଣ ଏଠାରେ ସଂକ୍ରମିତ ହେଉଥିବା ଅଧିକାଂଶ ଛୋଟ ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ୁଛି।

ହସ୍ପିଟାଲରେ ଭର୍ତ୍ତି ହେଉଥିବା ପିଲାମାନଙ୍କ ବୟସ ୫ ବର୍ଷରୁ କମ। ମହାମାରୀ ଆରମ୍ଭ ହେବା ଦିନ ଠାରୁ ଛୋଟ ପିଲାମାନଙ୍କ କ୍ଷେତ୍ରରେ ଏପରି ଘଟଣା କେବେ ଦେଖିବାକୁ ମିଳି ନଥିଲା। ଏବେ ଆମେରିକାରେ ୫ରୁ ଅଧିକ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯାଉଛି। ହେଲେ ଏହାଠାରୁ କମ ବୟସ୍କଙ୍କ ଟିକାକରଣ ପାଇଁ କୌଣସି ଅନୁମତି ମିଳିନି। ଟିକା ନେଇ ନଥିବା ପିଲାମାନେ ହିଁ ଅଧିକାଂଶରେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ମଧ୍ୟ ଭାଗରୁ ଆମେରିକା ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଓମିକ୍ରନ ଜନିତ ସଂକ୍ରମଣ ବୃଦ୍ଧି ପାଉଛି। ଓମିକ୍ରନ ସଂକ୍ରମଣ ଆରମ୍ଭ ହେବା ଦିନ ଠାରୁ ଆମେରିକାରେ ଛୋଟ ପିଲାମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ପୂର୍ବରୁ ପ୍ରତି ୧ ଲକ୍ଷ ଛୋଟ ପିଲାରେ ୨.୫% ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ୁଥିଲା। ଏବେ ଏହି ସଂଖ୍ୟା ୪%ରୁ ଅଧିକ ରହିଛି। ୫ରୁ ୧୭ ବର୍ଷ ବର୍ଗର ପିଲାମାନଙ୍କ କଥା ବିଚାରକୁ ନେଲେ ପ୍ରତି ୧ ଲକ୍ଷରେ ମାତ୍ର ୧% ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। ୧୪ ରାଜ୍ୟରେ ଥିବା ୨୫୦ ହସ୍ପିଟାଲର ତଥ୍ୟକୁ ଆଧାର କରି ସିଡିସି ଏପରି ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ୧୨ରୁ ୧୮ ବର୍ଷ ବର୍ଗରେ ଥିବା ୫୦% ଓ ୫ରୁ ୧୧ ବର୍ଷ ବର୍ଗ ମଧ୍ୟରେ ଥିବା ୧୬% ପିଲା କରୋନା ଟିକା ନେଇ ପାରିଛନ୍ତି।

Also Read  ଓଡ଼ିଶାରେ ବିଭିନ୍ନ ଜେଲରେ ଥିବା ୪୦୦ ରୁ ଉର୍ଦ୍ଧ୍ବ କଏଦୀଙ୍କ ଦଣ୍ଡ କୋହଳ ହେବ

LEAVE A REPLY

Please enter your comment!
Please enter your name here