୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଓଲଟିଲା ତୀର୍ଥଯାତ୍ରୀ ବସ: ୨୦ ଆହତ

0
738
୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଓଲଟିଲା ତୀର୍ଥଯାତ୍ରୀ ବସ: ୨୦ ଆହତ
୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଓଲଟିଲା ତୀର୍ଥଯାତ୍ରୀ ବସ: ୨୦ ଆହତ

ଭୁବନେଶ୍ୱର: ଅକ୍ଟୋବର ୭
୧୬ନଂ ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଗୋଟିଏ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ ଆହତ ହେଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହେଇଛନ୍ତି I ଏହି ବସରେ ପ୍ରାୟ ୬୫ ଜଣ ଯାତ୍ରୀ ଥିଲେ ଏବଂ ସେମାନେ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ପୁରୀରୁ ପଶ୍ଚିମବଙ୍ଗର ମେଦିନୀପୁରକୁ ଏହି ଘରୋଇ ତାରିଣୀ ଟ୍ରାଭେଲ ବସରେ ଯାଉଥିଲେ I ବସ ଟି ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡିଥିଲା ବୋଲି କୁହାଯାଉଛି I ସିମୁଳିଆ ଆଇଆଇସି ଶ୍ରବଣ କୁମାର ମହାରଣା ଖବର ପାଇ ଯାତ୍ରୀମାନଙ୍କୁ ସିମୁଳିଆ, ସୋର ଓ ବାଲେଶ୍ୱର ମେଡିକାଲକୁ ପଠାଇଥିଲେ l ଡ୍ରାଇଭରକୁ ନିଦ ଆସିଯାଇଥିବା ଯୋଗୁଁ ଏହି ଭଳି ବଡ଼ ଦୁର୍ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି l
ସୁସ୍ଥ ଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡ଼ି ମାଧ୍ୟମରେ ତାଙ୍କ ଗନ୍ତବ୍ୟ ସ୍ଥଳ ମେଦିନୀପୁରକୁ ପଠାଇବାର ବ୍ୟବସ୍ଥା କରାଯାଉଛି l

 

Also Read  Odisha Govt announces hike in state's freedom fighter's pension