ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୩ ଦିନ ହେଲା ମାର ମୃତଦେହ ସହ ରହୁଛି ଏକ ଶିଶୁକନ୍ୟା । କିନ୍ତୁ ୩ ବର୍ଷର ଝିଅଟି ଜାଣିପାରିନି। ଯିଏ ଏ ହୃଦୟ ବିଦାରକ ଦୃଶ୍ୟ ଦେଖୁଛି ଆଖି ଛଳଛଳ ହୋଇଯାଉଛି ।
କୁନି ଝିଅଟି ମା’ର ପାଟିରୁ ପୋକ ବାହରୁଥିବା କହିବା ପରେ ସେମାନଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତି ଓ ଅନ୍ୟ କିଛି ପଡ଼ୋଶୀ ଦେଖିବାକୁ ଯାଇଥିଲେ। ସେତେବେଳକୁ ଘର ଭିତରୁ ଗନ୍ଧ ଆସୁଥିଲା। ଏହା ପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଉକ୍ତ ମହିଳାଙ୍କର କେମିତି ମୃତ୍ୟୁ ହେଲା, ସେ ନେଇ କିଛି ଜଣାପଡ଼ିନି। ଅନୁମାନ କରାଯାଉଛି ତିନି ଦିନ ତଳୁ ତାଙ୍କର ମୃତ୍ୟୁ ହୋଇସାରିଛି। ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ସେ ଆହୁରି କହିଛନ୍ତି, କାଲି ମୁଁ ତାଙ୍କ ଝିଅକୁ ପଚାରିଥିଲି ତା’ ମା’ଙ୍କ ଦେହ କେମିତି ଅଛି। ସେ କହିଲା, ମା’ର ଦେହ ଖରାପ ଅଛି ଓ ସେ ଶୋଇଛି। ଆମେ ବି ଦେଖିଲୁ ଯେ ସେ ଶୋଇଛନ୍ତି। ମହିଳା ଜଣଙ୍କ ଏକା ଥିବାରୁ ଘର ଭିତରକୁ ଯାଇ ଦେଖିବା ଠିକ୍ ମନେ କଲି ନାହିଁ। ଯେତେବେଳେ ଆଜି ସକାଳେ ଝିଅଟି ଆସି ପଡ଼ୋଶୀମାନଙ୍କୁ କହିଲା ଯେ ତା’ ମା’ ପାଟିରୁ ପୋକ ବାହାରୁଛି, ସେତେବେଳେ ଆମେ ସେଠାକୁ ଗଲୁ। ସେଠାରୁ ଗନ୍ଧ ଆସୁଥିଲା। ତା’ପରେ ଆମେ ସଙ୍ଗେ ସଙ୍ଗେ ପୁଲିସ୍କୁ ଖବର ଦେଇଥିଲୁ।
ଅନ୍ୟପକ୍ଷରେ ୩ ବର୍ଷର କୁନି ଝିଅଟି ବର୍ତ୍ତମାନ ସୁଦ୍ଧା ଜାଣିନି ଯେ ତା’ ମା’ ଆଉ କେବେ ନିଦରୁ ଉଠିବ ନାହିଁ। ପାଖପଡ଼ୋଶୀ ତାକୁ ରଖିଛନ୍ତି ଓ ଖାଇବାକୁ ଦେଇଛନ୍ତି। ତେବେ ତା’ର ଆଉ କେହି ନଥିବା ଯୋଗୁ ପ୍ରଶାସନ ତା’ କଥା ବୁଝିବାକୁ ଦାବି ହୋଇଛି।