ନୂଆଦିଲ୍ଳୀ : ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା-ରୂପା ଚମକ। ସୁନା- ରୂପା ଦରରେ ବଡ ଧରଣର ହ୍ରାସ ପାଇଛି। ଆଜି ସୁନା- ରୂପା ଅଳଙ୍କାର କିଣିବାକୁ ଯାଉଥିବା ଗ୍ରାହକଙ୍କୁ ଏହାର ଫାଇଦ ମିଳିବ। ଭଳ ଦାମ୍ରେ କିଣିପାରିରେ ଗହଣା। ମେ ୩ରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ସୁନା କିଣିଲେ ଶୁଭ ଫଳ ମିଳିବା ସହ ଅନେକ ଫାଇଦା ମିଳିଥିଲା । ଏଥିସହିତ ମା ଲକ୍ଷ୍ମୀଙ୍କ କୃପା ଲାଭ କରିଥିନ୍ତି ଗ୍ରାହକ। ଆସନ୍ତାକାଲି ଅକ୍ଷୟ ତୃତୀୟା ଥିବା ବେଳେ ସୁନା-ରୂପା ଦର ତଳକୁ ଖସିଛି। ଏମିଏକ୍ସରେ ପ୍ରତି ୧୦ ଗ୍ରାମ ସୁନାର ଦାମ ୬୭୪ ଟଙ୍କା ରହିଥାଏ। ଯାହା ଆଜି ସୁନା ୧.୩୦ ପ୍ରତିଶତ ହ୍ରାସ ପାଇଛି।
ଫଳରେ ୧୦ ଗ୍ରାମ ପ୍ରତି ସୂନାର ମୂଲ୍ୟ ୫୧ ହାଜର୮୦ ପହଞ୍ଚିଛି। ଅନ୍ୟପଟେ ରୂପା ଦୂର ୯୧୧ ଟଙ୍କା ହ୍ରାସ ପାଇଛି। ଆଜି ରୂପା ୧.୪୩ ପ୍ରତିଶତ ଦୁର୍ବଳତା ସହିତ କାରବାର କରୁଛି। ରୂପା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ କିଲୋଗ୍ରାମ ପିଛା ୬୨୬୪୫ ଟଙ୍କା ମୂଲ୍ୟରେ କାରବାର କରୁଛି। ଏହା ମେ କାରବାର ପାଇଁ ବୋଲି ଜଣାପଡିଛି। ନୂଆଦିଲ୍ଳୀରେ ୨୨ କ୍ୟାରେଟ୍ ସୁନାଦର ପ୍ରତି ୧୦ ଗ୍ରାମ ୧୧୯୦ ଟଙ୍କା ହ୍ରାସ ପାଇ ୪୭,୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୧୨୮୦ଟଙ୍କା ହ୍ରାସ ପାଇ ୫୧୫୧୦ ଟଙ୍କାରେ କାରବାର କରୁଛି।

























