ଅଗଷ୍ଟ ମାସରେ ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୩

0
609

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ ମାସରେ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରାଯିବ ବୋଲି ଚନ୍ଦ୍ର ଅଭିଯାନରେ ହେଉଥିବା ବିଳମ୍ବ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ଲୋକସଭାରେ ‘ମହାକାଶ ବିଭାଗ’ ସମୟ ଘୋଷଣା କରିଛି।

ଲିଖିତ ଉତ୍ତରରେ ‘ମହାକାଶ ବିଭାଗ’ କହିଛି ଯେ, ଚନ୍ଦ୍ରଯାନ-୨ରୁ ମିଳିଥିବା ଶିକ୍ଷା ଏବଂ ବୈଶ୍ବିକ ବିଶେଷଜ୍ଞମାନଙ୍କ ପ୍ରସ୍ତାବକୁ ଆଧାର କରି ଚନ୍ଦ୍ରଯାନ-୩ ପାଇଁ କାର୍ଯ୍ୟ ଚାଲିଛି। ଏଥିପାଇଁ ଆବଶ୍ୟକ ପରୀକ୍ଷା ମଧ୍ୟ ଶେଷ ହୋଇଛି ଏବଂ ୨୦୨୨ରେ ଉତ୍‌କ୍ଷେପଣ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି।

ଚନ୍ଦ୍ରାଭିଯାନରେ କ୍ରମାଗତ ବିଳମ୍ବ ହେବାର କାରଣ ପଚରାଯିବାରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର୍‌ ଜିତେନ୍ଦ୍ର ସିଂହ କହିଲେ ଯେ, କୋଭିଡ୍‌-୧୯ ଯୋଗୁଁ ଚ‌ାଲିଥିବା କେତେ‌ଗୁଡ଼ିଏ ଅଭିଯାନ ପ୍ରଭାବିତ ହୋଇଛି। ବିଳମ୍ବ ପରେ ପୂରା ଦମ୍‌ରେ କାର୍ଯ୍ୟ ଚଳାଇଥିବା ‘ଇସ୍ରୋ’ ୨୦୨୨ରେ ସମୁଦାୟ ୧୯ଟି ଉତ୍‌କ୍ଷେପଣ କରିବାକୁ ଯୋଜନା ମଧ୍ୟ କରିଛି। ଚଳିତ ବର୍ଷ ‘ଇସ୍ରୋ’ ୮ଟି ଲଞ୍ଚ୍‌ ଭେଇକ୍ଲ୍‌ ମିସନ୍, ୭ଟି ମହାକାଶଯାନ ମିସନ୍ ଏବଂ ୪ଟ ଟେକ୍ନୋଲୋଜି ଡେମୋନ୍‌ଷ୍ଟେଟର୍‌ ମିସନ୍‌ ଉତ୍‌କ୍ଷେପଣ କରିବ।

୨୦୨୨ର ପ୍ରଥମ ଉତ୍‌କ୍ଷେପଣ ‘ଭାଲେଣ୍ଟାଇନ୍‌ ଡେ’ ସପ୍ତାହରେ ‘ଇସ୍ରୋ’ ‘ରିସାଟ୍‌-୧ଏ’କୁ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ଦ୍ବାରା ମହାକାଶକୁ ଉତ୍‌କ୍ଷେପଣ କରିପାରେ। କିନ୍ତୁ, ଏ ବିଷୟରେ ଚୂଡ଼ାନ୍ତ ତାରିଖ ଏଯାବତ୍‌ ଘୋଷଣା କରାଯାଇନାହିଁ।

Also Read  Justice Surya Kant Takes Oath As 53rd Chief Justice Of The Supreme Court Of India