ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ପ୍ରେରଣାଦାୟୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

0
2638
Chhattisgarh Chief Minister praised Achyuta Samanta
Chhattisgarh Chief Minister praised Achyuta Samanta

ଭୁବନେଶ୍ୱର: ଜୁଲାଇ ୨୬ : ଜୀନବରେ କିଛି ହାସଲ କରିବା ପାଇଁ ସମ୍ବଳ ଅପେକ୍ଷା ଇଚ୍ଛାଶକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ । ଜନହିତକର କାର୍ଯ୍ୟ କରିବାର ଲକ୍ଷ୍ୟ ନେଇ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ମହାନ କାର୍ଯ୍ୟ ହାସଲ କରିପାରିବେ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ କହିଛନ୍ତି ।

ଗତ ୫ ତାରିଖରେ ଛତିଶଗଡ଼ ନବନିର୍ବାଚିତ ଗ୍ରାମ ପଞ୍ଚାୟତ ପ୍ରତିନିଧିଙ୍କ ୩ଦିନିଆ ସରକାରୀ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବା ଅବସରରେ ସେ ଏହା ପ୍ରକାଶ କରିଥିଲେ । ଏହି ଅବସରରେ ସେ ଉଦାହରଣ ଦେଇ କହିଥିଲେଯେଉଁ ପ୍ରେରଣାଦାୟକ ଲୋକଙ୍କର ଜନସେବା କାର୍ଯ୍ୟକୁ ସେ ନିକଟରୁ ଦେଖିବାର ସୁଯୋଗ ପାଇଛନ୍ତିସେମାନଙ୍କ ମଧ୍ୟରେ ରହିଛନ୍ତି ଡ ଅଚ୍ୟୁତ ସାମନ୍ତ ଏବଂ ନାନାଜୀ ଦେଶମୁଖ ।

ପିଲାଦିନରୁ ଦାରିଦ୍ର‌୍ୟରେ ବଢ଼ିଥିବା ଅଚ୍ୟୁତ ସାମନ୍ତ ଜୀବନସାରା ଲୋକଙ୍କ ସେବା କରିବାର ପ୍ରତିଜ୍ଞା ନେଇ ଭୁବନେଶ୍ୱରରେ ଏକ ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନରେ ସେ ପ୍ରାୟ ୨୫ ହଜାର (ଏବେ ୪୦ ହଜାର) ଆଦିବାସୀ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଛନ୍ତି। ଏଥିରୁ ବୁଝାପଡ଼େ ଯେଜଣେ ବ୍ୟକ୍ତିର ଇଚ୍ଛା ଶକ୍ତି ଥିଲେ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ସାଏ କହିଥିଲେ।

 ମୁଖ୍ୟମନ୍ତ୍ରୀ ସାଏ,  ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ସାମନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ମୋର ଅନୁପସ୍ଥିତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ମୋ ପାଇଁ ଶ୍ରେଷ୍ଠ ସମ୍ମାନ ।

Also Read  ଥମୁନି ମମିତା ତାତି : ବିଧାନସଭା ତୃତୀୟ ଦିନରେ ପ୍ରଥମାର୍ଦ୍ଧ ୩ ମିନିଟ ଚାଲିଲା