ଅନୁଭବଙ୍କ ନାଁରେ ପୁଣି ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

0
183
another-video-of-anubhav-against Varsha became-viral-in-social-media

କଟକ: ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ ପରେ ପୁଣି ତେଜିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଉପରେ ସେ ଆପତ୍ତି ଉଠାଇଛନ୍ତି । ଏତଲାରେ ବର୍ଷା ଦର୍ଶାଇଛନ୍ତି, ମନଗଢା ଭିଡିଓ କରି ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କଥା କହୁଛନ୍ତି ।

ମିଥ୍ୟା ପ୍ରଚାର ଦ୍ୱାରା ତାଙ୍କର ପ୍ରତିଷ୍ଠା, ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବା ସହ ନାରୀତ୍ୱକୁ ଅପମାନ କରିଛନ୍ତି ଅନୁଭବ । ମିଥ୍ୟା ଆରୋପ ଲଗାଇ ସୋସିଆଲ୍‌ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରିବାର ଷଡ଼ଯନ୍ତ୍ର କରିଛନ୍ତି । ସମାଜରେ ମର୍ୟ୍ୟାଦାର ସହ ବଞ୍ଚିବାର ଅଧିକାର ଅଧିକାର ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ବର୍ଷା ।
ଏଥିସହ ଏତଲାରେ ଅନୁଭବଙ୍କ ସହ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟିର କାରଣ ଓ ପାରିବାରିକ ବିବାଦ ନେଇ ବି ଉଲ୍ଲେଖ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଅନୁଭବ ନିକଟରେ ସୋସିଆଲ୍ ମିଡିଆରେ ଦୁଇ ଦୁଇଟି ଭିଡିଓ ପୋଷ୍ଟ କରିଥିଲେ । ଭିଡିଓରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଥିଲେ । ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ କହିଥିଲେ । ଯାହାକୁ ମନଗଡ଼ା ଓ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

Also Read  ବ୍ରାହ୍ମଣୀର ଭାସିଗଲେ ନବମ ଶ୍ରେଣୀର ୩ ଛାତ୍ର; ୨ ଉଦ୍ଧାର, ଜଣେ ନିଖୋଜ

LEAVE A REPLY

Please enter your comment!
Please enter your name here