ଅବସର ନେବାର ୧୭ ଦିନ ପୂର୍ବରୁ ଘରେ ଭିଜିଲାନ୍ସ ଚଢ଼ାଉ

0
2226
ଅବସର ନେବାର ୧୭ ଦିନ ପୂର୍ବରୁ ଘରେ ଭିଜିଲାନ୍ସ ଚଢ଼ାଉ
ଅବସର ନେବାର ୧୭ ଦିନ ପୂର୍ବରୁ ଘରେ ଭିଜିଲାନ୍ସ ଚଢ଼ାଉ

ଫେବୃଆରୀ ୧୧
ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ପ୍ରକାଶ I ସେ ମାତ୍ର ୧୭ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ I

ଭିଜିଲାନ୍ସ ଟିମ ତାଙ୍କର ସୁନ୍ଦରଗଡ ଘର ଓ ଅଫିସ ରେ ଚଢ଼ାଉ କରିବା ସହ ବାଲିଅନ୍ତା ରେ ଥିବା ତାଙ୍କ ଘର, ଜଗତସିଂହପୁରରେ ଥିବା ଘର, ମଣିଜଙ୍ଗାରେ ଥିବା ଜଣେ ସମ୍ପର୍କୀଙ୍କ ଘର ଓ ରାଜଗାଙ୍ଗପୁରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲେ I ତାଙ୍କର ଭୁବନେଶ୍ୱର ର ନୟାପଲ୍ଲୀ ରେ ମଧ୍ୟ ଗୋଟିଏ ପ୍ଲଟ ଥିବାର ଜଣାଯାଇଛି I

ସେ ଅତିରିକ୍ତ ଜିଲ୍ଲାପାଳ ପଦବୀରେ ଥାଇ ଏମ୍‌ସିଏଲର ବିସ୍ଥାପିତଙ୍କୁ ଟଙ୍କା ପ୍ରଦାନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା।
ଚଢ଼ାଉ ଚାଲିଥିବାରୁ ସମ୍ପୂର୍ଣ୍ଣ ସମ୍ପତ୍ତିରେ ଆକଳନ କରାଯାଇ ନାହିଁ।

 

Also Read  Vigilance officials arrested an Executive engineer while taking bribe: