ଅଭିନେତ୍ରୀଙ୍କୁ ଚୂନ ଲଗାଇଲେ ଠକ, ଆକାଉଣ୍ଟରୁ ଖାଲି କରିଦେଲେ ୪ କୋଟି ଟଙ୍କା

0
1010

ନୂଆଦିଲ୍ଲୀ : ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଠକେଇର ଶିକାର ପାଲଟିଛନ୍ତି। ନିବେଶ ନାମରେ ଏହି ଅଭିନେତ୍ରୀଙ୍କୁ ପ୍ରାୟ ୪ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅଭିନେତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଏବଂ ଖର ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଯାଞ୍ଚ ଆରମ୍ଭ କରିଛି।

ସୂଚନା ଅନୁଯାୟା, ବଲିଉଡ ଅଭିନେତ୍ରୀ ରିମି ସେନ। ଗୋରେଗାଓଁର ଜଣେ ବ୍ୟବସାୟୀ ରୌନକ ଜତିନ୍ ବ୍ୟାସଙ୍କ ବିରୋଧରେ ୪.୧୪ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି। ଯାହା ପରେ ଆଇପିସିର ଧାରା ୪୨୦ ଏବଂ ୪୦୯ ଅଧୀନରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସର୍ଚ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି।

Also Read  କେନ୍ଦ୍ର ବଜେଟକୁ ନେଇ ନାଖୁସ୍ ନବୀନ କହିଲେ ଏମିତି କଥା