ଅଭିନେତ୍ରୀ କଙ୍ଗନା ଙ୍କ କାରକୁ ଘେରିଯାଇ କ୍ଷମା ମାଗିବାକୁ କହିଲେ ଜନତା: ପଢନ୍ତୁ ସମ୍ପୂର୍ଣ ଘଟଣା

0
387
Mob surrounded Kangana Ranaut's car
ଅଭିନେତ୍ରୀ କଙ୍ଗନା ଙ୍କ କାରକୁ ଘେରିଯାଇ କ୍ଷମା ମାଗିବାକୁ କହିଲେ ଜନତା: ପଢନ୍ତୁ ସମ୍ପୂର୍ଣ ଘଟଣା

ଡ଼ିସେମ୍ବର ୩
ପଞ୍ଜାବର ରୋପର ଟୋଲ ପ୍ଲାଜା ନିକଟରେ କଙ୍ଗନା ରାଣାଟ ଜନତାଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ। କଙ୍ଗନା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ ଯେତେବେଳେ ସେ ମନାଲିରୁ ଚଣ୍ଡିଗଡ଼କୁ ଯାଉଥିଲେ, ସେତେବେଳେ ତାଙ୍କୁ ଚଣ୍ଡିଗଡ଼-ଉନା ଜାତୀୟ ରାଜପଥରେ କିରାଟପୁର ସାହିବରେ କୃଷକମାନେ ଅଟକାଇ ଥିଲେ।

ସେ ଏହି ଘଟଣାର ଭିଡିଓ ସେୟାର କରି ଲେଖିଛନ୍ତି, “ପଞ୍ଜାବରେ ପ୍ରବେଶ କରିବା ମାତ୍ରେ ମତେ ସେମାନେ ଆକ୍ରମଣ କରିଥିଲେ । ସେମାନେ କୃଷକ ବୋଲି କହୁଥିଲେ।”
ସେହି ସ୍ଥାନରୁ ଭିଡିଓ ମାଧ୍ୟମ ରେ ସେ କହୁଥିଲେ , ‘ଏଠାରେ ମତେ ଖରାପ ଭାଷାରେ ଗାଳିମନ୍ଦ କରୁଛନ୍ତି ଏବଂ ମୋତେ ମାରିଦେବାକୁ ଧମକ ଦେଉଛନ୍ତି।’ ସେ ଆହୁରି ମଧ୍ୟ କହିଛନ୍ତି, ଏହି ଦେଶରେ ଏହି ପ୍ରକାରର Mob Lynching ଖୋଲାଖୋଲି ଭାବରେ ଘଟୁଛି I ଯଦି ମୋର ସୁରକ୍ଷା ନ ଥାନ୍ତା ,ତେବେ କ’ଣ ହୋଇଥାନ୍ତା? ପରିସ୍ଥିତି ଅବିଶ୍ୱସନୀୟ | ଏଠାରେ ବହୁତ ପୋଲିସ୍ ଅଛନ୍ତି I ତଥାପି ମୋ କାର୍ କୁ ସେମାନେ ଛାଡ଼ୁନାହାନ୍ତି I ମୁଁ କଣ ଜଣେ ରାଜନେତା କି? ବାସ୍ତବିକ, ଏହି ଆଚରଣ ଅବିଶ୍ୱସନୀୟ | ଅନେକ ଲୋକ ମୋ ନାମ ନେଇ ରାଜନୀତି କରୁଛନ୍ତି ଏବଂ ଏହି ପରିସ୍ଥିତି ତାହାର ପରିଣାମ |
ବହୁ ସମୟ ପରେ ଲୋକେ କଙ୍ଗନାକୁ ଛାଡିଥିଲେ |
ଏହା ପରେ କଙ୍ଗନା ଆଉ ଏକ ଭିଡିଓ ସେୟାର କରିଛନ୍ତି | ଯେଉଁଥିରେ ସେ କହୁଛନ୍ତି ଯେ ମୁଁ ମୋରଶୁଭେଛୁ ମାନଙ୍କୁ କହିବାକୁ ଚାହେଁ ଯେ ମୁଁ ସେଠାରୁ ଚାଲିଆସିଛି | ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି | ଯେଉଁମାନେ ମୋତେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ଧନ୍ୟବାଦ | ପଞ୍ଜାବ ପୋଲିସ ଏବଂ CRPF କୁ ମଧ୍ୟ ଧନ୍ୟବାଦ |

Also Read  ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ; ଓମଫେଡ୍ ବ୍ୟବସାୟୀଙ୍କ ଦୁଇ ହାତକୁ ହାଣିଦେଲେ ୪ ଦୁର୍ବୁତ୍ତ

LEAVE A REPLY

Please enter your comment!
Please enter your name here