ଆଇପିଏସ ସୁନୀଲ ବଂଶଲ ହେବେ ଓଡ଼ିଶାର ପୁଲିସ୍ ଡିଜି

0
632
ଆଇପିଏସ ସୁନୀଲ ବଂଶଲ ହେବେ ଓଡ଼ିଶାର ପୁଲିସ୍ ଡିଜି
ଆଇପିଏସ ସୁନୀଲ ବଂଶଲ ହେବେ ଓଡ଼ିଶାର ପୁଲିସ୍ ଡିଜି

ଡ଼ିସେମ୍ବର ୧୫
ଓଡିଶା ସରକାର ବୁଧବାର ଦିନ ବରିଷ୍ଠ ଆଇପିଏସ୍ ଅଧିକାରୀ ସୁନୀଲ କୁମାର ବନସଲଙ୍କୁ ପୋଲିସର ନୂତନ ମହାନିର୍ଦ୍ଦେଶକ (ଡିଜି) ଭାବରେ ନିଯୁକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୮୭-ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀଙ୍କୁ ଓଡିଶା ପୋଲିସର ନୂତନ ମୁଖ୍ୟ ଭାବରେ ବାଛିଛନ୍ତି I

ବର୍ତ୍ତମାନ, କେନ୍ଦ୍ରୀୟ ଡେପୁଟେସନରେ ଥିବା ବନସଲ ମୁମ୍ବାଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆଇବି ଭାବରେ କାର୍ଯ୍ୟ କରୁଛନ୍ତି । ସେ ବର୍ତ୍ତମାନର ଡିଜିପି ଅଭୟଙ୍କ ଠାରୁ ଡିଜିପି ଓଡିଶା ଭାବରେ ଦାୟିତ୍ୱ ଗ୍ରହଣ କରିବେ I ଡି ଜି ପି ଅଭୟ ଡିସେମ୍ବର ୩୧, ୨୦୨୧ ରେ ତାଙ୍କର ଦୁଇ ବର୍ଷ କାର୍ଯ୍ୟ ସମାପ୍ତ କରିବେ।
୧୯୮୬ -ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଅଭୟ ୨୦୧୯ ରେ ଓଡିଶା ପୋଲିସର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ।

ଓଡିଶା ସରକାର (ଗୃହ ବିଭାଗ) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, କେନ୍ଦ୍ର ଜନସେବା ଆୟୋଗର ସୁପାରିଶ କ୍ରମେ ଏବଂ ଜନସେବା ହିତରେ ସୁନୀଲ କୁମାର ବନସଲଙ୍କୁ ଡିଜିପି (ପୋଲିସ୍ ଫୋର୍ସର ମୁଖ୍ୟ) ଭାବରେ ନିଯୁକ୍ତ କରାଯାଇଛି। ସେ ଏହି ପଦବୀ ରେ ଦୁଇ ବର୍ଷ ରହିବେ I

Also Read  ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି