ଆଇ ପି ଏଲ ୨୦୨୨ ଖେଳାଳି ନିଲାମ ପ୍ରକ୍ରିୟା କାଲି; କେଉଁ ଖେଳାଳି କେତେ ଟଙ୍କା ପାଇବେ ? ବିତର୍କ ଆରମ୍ଭ

0
1238
ଆଇ ପି ଏଲ ୨୦୨୨ ଖେଳାଳି ନିଲାମ ପ୍ରକ୍ରିୟା କାଲି; କେଉଁ ଖେଳାଳି କେତେ ଟଙ୍କା ପାଇବେ ? ବିତର୍କ ଆରମ୍ଭ
ଆଇ ପି ଏଲ ୨୦୨୨ ଖେଳାଳି ନିଲାମ ପ୍ରକ୍ରିୟା କାଲି; କେଉଁ ଖେଳାଳି କେତେ ଟଙ୍କା ପାଇବେ ? ବିତର୍କ ଆରମ୍ଭ

ଫେବୃଆରୀ ୧୧
ଆଇ ପି ଏଲ ୨୦୨୨ ପାଇଁ କାଲି ଅର୍ଥାତ ଫେବୃଆରୀ ୧୨ ତାରିଖ ରେ ଖେଳାଳି ମାନଙ୍କ ନିଲାମ ପ୍ରକ୍ରିୟା ଆରମ୍ଭ ହେବ I ୧୦ ଟି ଫ୍ରାଞ୍ଚାଇଜ୍ ଏବଂ ୬୦୦ ଖେଳାଳୀ ଏହି ନିଲାମ ପ୍ରକ୍ରିୟା ରେ ଭାଗ ନେବେ I ଏଥିନେଇ ଦଳ ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଂଚିଛି I ସବୁ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ I
ଆଇ ପି ଏଲ ର ନିୟମ ଅନୁସାରେ, ଗୋଟିଏ ଦଳରେ ସର୍ବନିମ୍ନ ୧୮ ଜଣ ଖେଳାଳି ରହିବା ଆବଶ୍ୟକ ଏବଂ ସର୍ବାଧିକ ୨୫ ଜଣ ଖେଳାଳି ଙ୍କୁ ଗୋଟିଏ ଦଳ ରଖିପାରିବ I ଦଳ ଗୁଡିକ ସର୍ବାଧିକ ୮ ଜଣ ବିଦେଶୀ ଖେଳାଳି ଙ୍କୁ ନିଜ ଟିମ ରେ ନେଇପାରିବେ I

ଚଳିତ ବର୍ଷ ମେଗା ନିଲାମରେ ମୋଟ ୫୯୦ ଖେଳାଳି ଅଂଶଗ୍ରହଣ କରିବେ | ୫୯୦ ମଧ୍ୟରୁ ୩୭୦ ଜଣ ଭାରତୀୟ କ୍ରିକେଟର ଏବଂ 220 ଜଣ ବିଦେଶୀ ଅଟନ୍ତି।

ନିଲାମ ହେବାକୁ ଥିବା ଖେଳାଳି ମାନଙ୍କୁ ମୋଟ ୮ ଟି କ୍ୟାଟେଗୋରୀ ରେ ବିଭକ୍ତ କରାଯାଇଛି I ଏହି କ୍ୟାଟେଗୋରୀ ଖେଳାଳି ଙ୍କ ମୂଳ ମୂଲ୍ୟ ଉପରେ ପର୍ଯ୍ୟବେଷିତ I କ୍ୟାଟେଗୋରୀ ଗୁଡିକ ହେଉଛି 2 କୋଟି, 1.5 କୋଟି, ଏକ କୋଟି, 75 ଲକ୍ଷ, 50,40,30 ଏବଂ 20 ଲକ୍ଷ |
ମୂଳ ମୂଲ୍ୟ ୨ କୋଟି ଥିବା ଭାରତୀୟ ଖେଳାଳି ମାନଙ୍କ ମଧ୍ୟରେ ଅଛନ୍ତି ଆର ଅଶ୍ୱିନ, ଶିଖର ଧାୱନ, ଶ୍ରେୟାସ ଆୟାର, ମହମ୍ମଦ ସମି, ସୁରେଶ ରାଇନା, ରବୀନ ଉଥାପା, କୄନାଲ ପାଣ୍ଡ୍ୟା, ହାରଶଲ ପଟେଲ, ଦୀନେଶ କାର୍ତିକ, ଈଶାନ କିଷାନ, ଅମ୍ବାତି ରାୟୁଡୁ, ଦୀପକ ଚହାର, ଭୁବନେଶ୍ୱର କୁମାର, ସାରଦୁଲ ଠାକୁର, ଉମେଶ ଯାଦବ ଏବଂ ୟୁଜବେନ୍ଦ୍ର ଚହାଲ ଙ୍କ ପରି ଖେଳାଳି I

୧୦ ଟି ଦଳ ପକ୍ଷରୁ ଖେଳାଳି ଙ୍କୁ ନିଜ ନିଜ ଦଳ ରେ ନେବା ପାଇଁ ମୋଟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ, ସେଥିରୁ ଏ ପର୍ଯ୍ୟନ୍ତ ୩୮୪.୫ କୋଟି ଟଙ୍କା ଖର୍ଚ୍ଚ ହେଇସାରିଛି I ବାକି ୫୧୫.୫ କୋଟି ଟଙ୍କା ୧୨ ଓ ୧୩ ତାରିଖ ରେ ହେବାକୁ ଥିବା ନିଲାମ ପ୍ରକ୍ରିୟା ରେ ବିନିଯୋଗ ହେବ I
ନିୟମ ଅନୁଯାୟୀ, ପ୍ରତ୍ୟେକ ଦଳ ସର୍ବାଧିକ ୪ ଜଣ ଖେଳାଳି ଙ୍କୁ ନିଲାମ ପ୍ରକ୍ରିୟା ପୂର୍ବରୁ ନିଜ ଦଳ ରେ ରଖିପାରିବେ I ଚେନ୍ନାଇ ସୁପର କିଙ୍ଗସ ରବିନ୍ଦ୍ର ଜାଡେଜା, ଏମଏସ ଧୋନି, ମୋଇନ ଅଲି ଏବଂ ରୁତୁରାଜ ଗାଇକୱାର୍ଡ ଙ୍କୁ ରଖିଥିବା ବେଳେ କେକେଆର୍ ଆଣ୍ଡ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର, ସୁନୀଲ ନାରାୟନ ଙ୍କୁ ଦଳ ରେ ରଖିଛି I

Also Read  Rashid dedicates performance to blast victims in Afghanistan

ମୁମ୍ବାଇ ଇଣ୍ଡିୟାନସ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ ଏବଂ କିରନ୍ ପୋଲାର୍ଡ ଙ୍କୁ, ଦିଲ୍ଲୀ କ୍ୟାପିଟାଲସ ରିଷଭ ପଂଥ, ପୃଥ୍ବୀ ଶ, ଅକ୍ସର ପଟେଲ, ଏବଂ ଅଂରିକ ନର୍ତଯେ ଙ୍କୁ ଦଳ ରେ ସ୍ଥାନ ଦେଇଛି I

ସନ ରାଇଜର୍ସ ହାଇଦରାବାଦ କେନ୍ ୱିଲିୟମସନ, ଅବଦୁଲ ସମାଦ ଓ ଉମ୍ରାନ ମଲିକ କୁ ଦଳ ପକ୍ଷରୁ ରଖିଥିବା ବେଳେ ରୟାଲ ଚାଲେଙ୍ଗର୍ସ ବାଙ୍ଗାଲୋର ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ ଓ ମହମ୍ମଦ ସିରାଜ ଙ୍କ ସ୍ଥାନ ପକ୍କା କରିଛି I ସେହିପରି ରାଜସ୍ଥାନ ରୟାଲସ ରେ ସଞ୍ଜୁ ସାମସନ୍, ଜୋସ୍ ବଟଲର୍, ଯଶସ୍ୱୀ ଜୟସ୍ବାଲ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି I

ପଞ୍ଜାବ କିଙ୍ଗସ ରେ ଅର୍ଶଦୀପ ସିଂ ଏବଂ ମାୟାଙ୍କ ଅଗ୍ରୱାଲ ସ୍ଥାନ ପାଇଥିବା ବେଳେ ନୂଆ ଦଳ ଗୁଜରାଟ ଟାଇଟନ୍ସ ହାର୍ଦିକ ପାଣ୍ଡ୍ୟା, ଶୁଭନାମ ଗିଲ ଏବଂ ରସିଦ ଖାଁ ଙ୍କ ନେଇଛି I ଅନ୍ୟତମ ନୂଆ ଟିମ ଲଖନଉ ସୁପର ଜଏଣ୍ଟସ କେ ଏଲ ରାହୁଲ, ମାର୍କ୍ସ ଷ୍ଟଇନିସ ଏବଂ ରବି ବିଷ୍ଣୋଇ ଙ୍କୁ ଦଳ ରେ ସାମିଲ କରିଛି I