ଆଜମ ଖାନଙ୍କୁ ବିଧାନସଭା ଯିବାକୁ ଅନୁମତି ଦେଲେନାହିଁ କୋର୍ଟ

0
112

ଲଖନଉ: ସମାଜବାଦୀ ପାର୍ଟି (ଏସପି) ନେତା ଆଜମ ଖାନଙ୍କୁ ବଡ ଝଟକା ଲାଗିଛି । ସେ ଆଜି ବିଧାନସଭାରେ ଶପଥ ନେଇ ପାରିବେ ନାହିଁ। କୋର୍ଟ ଜେଲ ପ୍ରଶାସନର ଆବେଦନକୁ ଖାରଜ କରିଛନ୍ତି, ଯେଉଁଥିରେ ଶପଥ ଗ୍ରହଣ ପାଇଁ ଆଜମ ଖାନଙ୍କୁ ବିଧାନସଭାକୁ ନେବାକୁ ଅନୁମତି ଲୋଡ଼ାଯାଇଥିଲା। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଜମ ଖାନ ଜେଲରୁ ଯାଇ ବିଧାନସଭାରେ ଶପଥ ନେଇପାରିବେ ନାହିଁ । ସୂଚନା ଥାଉ କି ସୋମବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମେ ବିଧାୟକ ଭାବରେ ଶପଥ ନେଇଥିଲେ ।

ଏହା ପରେ ବିରୋଧୀଦଳର ନେତା ଭାବେ ଅଖିଳେଶ ଯାଦବ ଶପଥ ନେଇଥିଲେ । ପ୍ରଥମ ଦିନରେ ୩୪୩ ଜଣ ବିଧାୟକ ଶପଥ ନେବା ପରେ ଆଜି ମଧ୍ୟ କିଛି ବିଧାୟକ ଶପଥ ନେଉଛନ୍ତି । ଆଉ ଆଜି ଆଜମ ଖାନ ଶପଥ ନେବାର ଥିଲା । ତେବେ ନାହିଦ ହାସନ, ଆଜାମ ଖାନଙ୍କ ପରି କିଛି ବିଧାୟକ ଜେଲରେ ଅଛନ୍ତି। ସେମାନଙ୍କର ଶପଥ ଗ୍ରହଣ ଏପର୍ଯ୍ୟନ୍ତ ହୋଇନାହିଁ । ଉଲ୍ଲେଖନୀୟ କଥା ହେଉଛି, ଆଜମ ଖାନ ପୂର୍ବରୁ ରାମପୁରର ଲୋକସଭା ସାଂସଦ ଥିଲେ। ନିକଟରେ ସେ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଆଜମ ଖାନ ବର୍ତ୍ତମାନ ସୀତାପୁର ଜେଲରେ ଅଛନ୍ତି।

Also Read  କିଏ ହେବେ ଆଗାମୀ ପିସିସି ସଭାପତି, ୨୨ରେ କଂଗ୍ରେସ ପ୍ରଭାରୀ କରିବେ ଆଲୋଚନା

LEAVE A REPLY

Please enter your comment!
Please enter your name here